ଭବାନୀପାଟଣା: ସିଲ ହେଲା ଘରୋଇ କଲେଜ। କଳାହାଣ୍ଡିକୁ ଗ୍ରାସିଲାଣି କୋରୋନାର ଦ୍ବିତୀୟ ଲହରୀ । ସୋମବାର ଜିଲ୍ଲାରେ ପୁଣି ୫୪ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଭବାନୀପାଟଣାଠାରେ ଥିବା ଘରୋଇ କଲେଜରୁ ୩୨ ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି ।
ଏ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି । ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଘରୋଇ କଲେଜକୁ ଜିଲ୍ଲା ପ୍ରଶାସନ ସିଲ କରିଥିବା ଜଣାପଡ଼ିଛି। ଗୋଟିଏ ମାସ ପାଇଁ କଲେଜକୁ ସିଲ କରିଥିବାବେଳେ ଅଭିଭାବକଙ୍କୁ କଲେଜକୁ ପ୍ରବେଶ ଉପରେ ବାରଣ କରାଯାଇଛି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ