ETV Bharat / state

Junagarh Triple murder case: ଅଣ୍ଟି ଛୁରୀ ତଣ୍ଟି କାଟିଲା, ପୁତୁରା ହିଁ ହତ୍ୟାକାରୀ

author img

By ETV Bharat Odisha Team

Published : Oct 5, 2023, 10:05 PM IST

Updated : Oct 5, 2023, 10:21 PM IST

କଳାହାଣ୍ଡି ଜୁନାଗଡ଼ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ । ଆଜି ଅଭିଯୁକ୍ତ ପୁତୁରାକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Junagarh Triple murder case
Junagarh Triple murder case
Junagarh Triple murder case: ଅଣ୍ଟି ଛୁରୀ ତଣ୍ଟି କାଟିଲା, ପୁତୁରା ହିଁ ହତ୍ୟାକାରୀ

ଭବାନୀପାଟଣା: କଳାହାଣ୍ଡି ଜୁନାଗଡ଼ ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ । ଅଭିଯୁକ୍ତ ପୁତୁରାକୁ ବାନ୍ଧିଲା ପୋଲିସ । ଗୁଣି ଗାରେଡି ସନ୍ଦେହରେ ନିଜ ଖୁଡ଼ିଙ୍କ ସମେତ 2 ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁତୁରାକୁ ପୋଲିସ ଗିରଫ କରିଛି । ଚଳିତ ମାସ ପହିଲାରେ ଜୁନାଗଡ଼ରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା । 3 ଜଣଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା ।

ଅଭିଯୁକ୍ତ ପୁତୁରାର ନାମ ମହେନ୍ଦ୍ର ମାଝୀ ବୋଲି ଜଣାପଡ଼ିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଧର୍ମଗଡ ଡିଏସପି । ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ମହେନ୍ଦ୍ରର ସ୍ବାସ୍ଥ୍ୟ ଖରାପ ରହୁଥିଲା ଏବଂ ଅନେକ ଦିନ ହେବ ପିଲାଛୁଆ ହେଉନଥିଲା । ତେବେ ତାର ଖୁଡି ରାଏମତି ଏବଂ ମୄତ ବୃଦ୍ଧ ମହେନ୍ଦ୍ର କୁମାର ତାଙ୍କୁ ଗୁଣି କରୁଥିବା ସନ୍ଦେହ କରୁଥିଲା ହତ୍ୟାକାରୀ ମହେନ୍ଦ୍ର ମାଝୀ । ସେ ମୄତ ବୄଦ୍ଧ ମହେନ୍ଦ୍ର ଓ ଖୁଡ଼ି ରାଏମତିକୁ ଜୀବନରୁ ମାରିବା ପାଇଁ ଆଗରୁ ଯୋଜନା କରିଥିଲା ।

ଏହା ବି ପଢନ୍ତୁ- Triple Murder: ଜୁନାଗଡ଼ରେ 3 ଜଣଙ୍କୁ ବୀଭତ୍ସ ହତ୍ୟା, ରାସ୍ତାକଡ଼ରୁ ମିଳିଲା ମୃତଦେହ

ତେବେ ଗତ ୧ ତାରିଖ ଦିନ ରାଏମତି ତାର ୨ବର୍ଷର ପୁଅ ଶିବଶକ୍ତିକୁ ଧରି ଜମିରେ କାମକରି ଘରକୁ ଫେରୁଥିବା ସମୟରେ ଏକ ଧାରୁଆ ଅସ୍ତ୍ରରେ ହତ୍ୟାକାରୀ ତଥା ପୁତୁରା ମହେନ୍ଦ୍ର ଆକ୍ରମଣ କରିଥିଲ । ସେହି ରାସ୍ତା ଦେଇ ଆସୁଥିବା ବୄଦ୍ଧ ମହେନ୍ଦ୍ର କୁମାରକୁ ମଧ୍ୟ ଗଳା କାଟି ହତ୍ୟା କରିଥିଲା ହତ୍ୟାକାରୀ ମହେନ୍ଦ୍ର । ପୋଲିସ ଅଭିଯୁକ୍ତ ପୁତୁରା ମହେନ୍ଦ୍ର ମାଝୀକୁ ଗିରଫ କରି ହତ୍ୟାରେ ବ୍ୟବହୄତ ଅସ୍ତ୍ର ଜବତ କରିବା ସହ କୋର୍ଟ ଚାଲାଣ କରିଛି ।

ଏହା ବି ପଢନ୍ତୁ- ସମ୍ବଲପୁର ତ୍ରିପଲ ମର୍ଡର ଘଟଣା, ସନ୍ଦିଗ୍ଧଙ୍କୁ ଧରିବା ପାଇଁ ବାହାର ରାଜ୍ୟକୁ ଗଲା ୨ ଟିମ

ସୂଚନା ଥାଉ କି ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଗତ ମେ ମାସରେ ଟ୍ରିପଲ ମର୍ଡର ଘଟଣା ସାମ୍ନାକୁ ଆସିଥିଲା । ଏକ ବନ୍ଦ ଥିବା କୋଠରୀ ଭିତରୁ 3 ମୃତଦେହ ଉଦ୍ଧାର କରିଥିଲା ପୋଲିସ l ମୃତକମାନଙ୍କ ବେକରେ ଗଭୀର ଆଘାତ ଲାଗିଥିବା ଜଣାପଡିଥିଲା l ମୃତ ମହିଳା ଜଣକ ସାଜିଆ ପରୱିନ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଦେଢ଼ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି l ସେ ନିଜ 2 ପିଲାଙ୍କ ସହ ସୁନାପାଲି ସ୍ଥିତ ନିଜ ଘରେ ରହି ଆସୁଥିଲେ । ହେଲେ ଗତ 6 ମାସ ହେଲା ସଲମାନ ଅହମ୍ମଦ ନାମକ ଜଣେ ଯୁବକଙ୍କ ଘରେ ଭଡାରେ ରହୁଥିଲେ l ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସନ୍ଦିଗ୍ଧ ଯୁବକ ସଲମାନ ଅହମ୍ମଦ ସିଲିଂ ସହିତ ପରୱିନଙ୍କ ଝଗଡ଼ା ହୋଇଥିଲା । ଏହାପରେ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା ।

ଇଟିଭି ଭାରତ, କଳାହାଣ୍ଡି

Last Updated : Oct 5, 2023, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.