ETV Bharat / state

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ: ଉପରେ ଚକ୍‌ଚକ୍, ଭିତରେ ଫମ୍ପା

author img

By

Published : Oct 5, 2020, 10:30 PM IST

ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ରାସ୍ତା ନିର୍ମାଣ ନାଁରେ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କଳାହାଣ୍ଡିରେ ଏହା ସାଜିଛି ପ୍ରହେଳିକା । ଅଧିକ ପଢନ୍ତୁ..

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ-ଉପରେ ଚକ ଚକ, ଭିତରେ ଫମ୍ପା

କଳାହାଣ୍ଡି: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ-ଉପରେ ଚକ ଚକ ଭିତରେ ଫମ୍ପା । ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ରାସ୍ତା ନିର୍ମାଣ ନାଁରେ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏହି ଯୋଜନା ଗୁଡିକ କେବଳ କାଗଜ କଲମରେ ସୀମିତ ରହୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗ୍ରାମାଞ୍ଚଳର ଲୋକ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକରୁ। ଟିକେ ଭଲ କରି ଦେଖନ୍ତୁ ଏଇ ହେଉଛି ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ ମେଦିନୀପୁର ପଞ୍ଚାୟତ।

ମେଦିନୀପୁର ରାସ୍ତା ଠାରୁ କୁସୁମସିଲା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ମେଦିନୀପୁରରୁ କୁସୁମସିଲା ପର୍ଯ୍ୟନ୍ତ ୫ କିଲୋମିଟର ଲମ୍ବରେ ନିର୍ମାଣ ହେଉଥିବା ଏହି ରାସ୍ତା ପାଇଁ ବ୍ୟୟ ଅଟକଳ ମୂଲ୍ୟ ୧ କୋଟି,୮୩ ଲକ୍ଷ ୯୬୮୮୦ ଟଙ୍କା ରହିଛି ହେଲେ କାମ ସରିବା ପୂର୍ବରୁ ରାସ୍ତାର ଅବସ୍ଥା ବର୍ତ୍ତମାନ ଏହା । ଏହି ରାସ୍ତା କାର୍ଯ୍ୟଟି ୧୦/୦୬/୨୦୧୯ ସୁଦ୍ଧା ଶେଷ ହେବାକଥା । କିନ୍ତୁ ନିର୍ଦ୍ଧାରିତ ସମୟସୀମା ର ପ୍ରାୟ ୯ ମାସ ପରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । କିନ୍ତୁ ସପ୍ତାହେ ନପୁରୁଣୁ ରାସ୍ତାରୁ ପିଚୁ ଉଠିଥିବା ଆରମ୍ଭ ହୋଇଛି ।

ଏପରିକି ରାସ୍ତାରେ ହାତ ମାରିଦେଲେ ଉଠିପଡୁଛି ପିଚୁ। ନିର୍ମାଣ ସମୟରେ ରାସ୍ତା କାମ ନିମ୍ନ ମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଏପରିକି ପୂର୍ବରୁ ଏହି ରାସ୍ତା ତିଆରି ରେ ଦୁର୍ନୀତି ହେଉଥିବା ନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ଯାହା ଫଳରେ ଠିକାଦାର ମାଲେମାଲ ହେଉଥିବା ବେଳେ ଗ୍ରାମାଞ୍ଚଳର ଲୋକେ ଭଲ ରାସ୍ତା ଖଣ୍ଡେ ପାଇବାରୁ ବଞ୍ଚିତ ରହୁଛନ୍ତି। ସମ୍ପୃକ୍ତ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଏବଂ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ତଦାରଖରେ ଅବହେଳା ଯୋଗୁଁ ଏହି ସଡକ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ମତାମତ ମିଳିପାରି ନାହିଁ।

କଳାହାଣ୍ଡିରୁ ଅଜିକ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.