ETV Bharat / state

ଅମୃତ ଭାରତ ଯୋଜନାରେ ଯୋଡ଼ିହେଲା ଭବାନୀପାଟଣା ରେଳ ଷ୍ଟେସନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ - pm narendra modi lays foundation

ଅମୃତ ଭାରତ ଯୋଜନାରେ ୫୦୮ ଟି ରେଳ ଷ୍ଟେସନର ପୁନଃ ବିକାଶ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ତାଲିକାରେ ଓଡ଼ିଶାର ୨୫ ଟି ଷ୍ଟେସନ ରହିଥିବାବେଳେ ଭବାନୀପାଟଣା ରେଳ ଷ୍ଟେସନର ମଧ୍ୟ କରାଯିବ ପୁନଃରୁଦ୍ଧାର। ଅଧିକ ପଢନ୍ତୁ

ଭବାନୀପାଟଣା ରେଳ ଷ୍ଟେସନର ହେବ ବିକାଶ
ଭବାନୀପାଟଣା ରେଳ ଷ୍ଟେସନର ହେବ ବିକାଶ
author img

By

Published : Aug 6, 2023, 8:37 PM IST

ଭବାନୀପାଟଣା ରେଳ ଷ୍ଟେସନର ହେବ ବିକାଶ

ଭବାନୀପାଟଣା: କେନ୍ଦ୍ର ସରକାରଙ୍କ ଅମୃତ ଭାରତ ଯୋଜନାରେ ସାମିଲ ହେଲା ଭବାନୀପାଟଣା ରେଳ ଷ୍ଟେସନ । ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏହାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ୫୦୮ଟି ରେଳ ଷ୍ଟେସନର ପୁନଃ ବିକାଶ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ତାଲିକାରେ ଓଡ଼ିଶାର ୨୫ଟି ଷ୍ଟେସନ ରହିଥିବା ବେଳେ ସେଥି ମଧ୍ୟରେ ସ୍ଥାନ ପାଇଛି ଭବାନୀପାଟଣା ରେଳ ଷ୍ଟେସନ l ଯାହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ଦେଖାଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେଳ ଷ୍ଟେସନରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, ପଦ୍ମଶ୍ରୀ ପଟ୍ଟାୟତ ସାହୁ ଉପସ୍ଥିତ ରହିଥିବାବେଳେ ରେଳ ବିଭାଗ ସମ୍ବଲପୁର ଡିଭିଜନର ଅତିରିକ୍ତ ଏଜିଏମ ମଧ୍ୟ ଉପସ୍ଥିତ ରହିଥିଲେ ।

ଅମୃତ ଭାରତ ଯୋଜନା ମାଧ୍ୟମରେ ଭବାନୀପାଟଣା ରେଳ ଷ୍ଟେସନ ପାଇଁ ସରକାର ପ୍ରଥମ ପର୍ଯ୍ୟାୟର ୨୧ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଖୁବଶୀଘ୍ର ଏହାର କାମ ଆରମ୍ଭ ହେବାକୁ ଯାଉଛି । ଭିଡିଓ କନଫରନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିବା ଜଣାପଡିଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନେକ ଜନ ସାଧାରଣ ଓ ବିଜେପି କର୍ମକର୍ତ୍ତା ସାମିଲ ହୋଇଥିବାବେଳେ ଉପସ୍ଥିତ ଅତିଥିମାନେ କୃତ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଛନ୍ତି ।

ଏହା ବି ପଢନ୍ତୁ...ଅମୃତ ଭାରତ ରେଳ ଯୋଜନାରେ ଯୋଡି ହେଲା କେସିଙ୍ଗା, ଯାତ୍ରୀଙ୍କ ପାଇଁ ରହିବ ଅତ୍ଯାଧୁନିକ ସୁବିଧା: ଜିଏମ

ତେବେ ଭବାନୀପାଟଣା ରେଳ ଷ୍ଟେସନ କେନ୍ଦ୍ର ସରକାରଙ୍କ ଅମୃତ ଭାରତ ଯୋଜନାରେ ସାମିଲ ହୋଇଛି । ଏନେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, "ଅମୃତ ଭାରତ ଯୋଜନାରେ ଏହି ଷ୍ଟେସନ ସାମିଲ ହୋଇଛି ଏବଂ ଆସନ୍ତା ଦିନରେ ଭବାନୀପାଟଣାରେ ରେଳ ଷ୍ଟେସନ ବିଶ୍ଵ ସ୍ତରୀୟ ଷ୍ଟେସନ ଭାବରେ ପରିଣତ ହେବ । ଏହାସହ ଜିଲ୍ଲାର ଅନ୍ୟତମ କେସିଙ୍ଗା ରେଳ ଷ୍ଟେସନକୁ ମଧ୍ୟ କେନ୍ଦ୍ର ସରକାର ଦ୍ବିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବା ସହ ବିକାଶ ଦିଗରେ ପଦକ୍ଷେପ ନିଆଯିବ । ଏହାସହ ଆସନ୍ତା ଦିନରେ ଜୁନାଗଡ଼ରୁ ଧର୍ମଗଡ, ବଡ ବସୁଲ ଆମ୍ବଗୁଡ଼ା ଓ ନବରଙ୍ଗପୁରକୁ ରେଳ ଲାଇନ ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରାଯିବ। ଯେଉଁଥିରେ କଳାହାଣ୍ଡି ଜିଲ୍ଲା ସମେତ ଆଖ ପାଖ ଜିଲ୍ଲାର ଲୋକେ ମଧ୍ୟ ଉପକୃତ ହେବେ।" ତେବେ ଏହି ଅମୃତ ଯୋଜନାରେ ଯାତ୍ରୀଙ୍କୁ ସୁବିଧା ଯୋଗାଇଦେବା ସହ ଯାତ୍ରୀମାନଙ୍କର ମାର୍ଗ ଦର୍ଶନ ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.