ଭବାନୀପାଟଣା: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରେ। ଗତକାଲି ବିଳମ୍ବିତ ରାତିରେ ଘରେ ଛାଡି ଦେବି କହି ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଯୁବତୀ ଜଣକ ଚମାର ପଡା ଛକରେ ଥିବା ନିଜ ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ। ଏହି ସମୟରେ ପଡୋଶୀ ରାକେଶ ନାୟକ ମୋଟର ସାଇକେଲରେ ଆସି ଘରେ ଛାଡି ଦେବି ବୋଲି କହିଥିଲା । ହେଲେ ଗାଡିରେ ବସାଇ ତୁଜୁଙ୍ଗ ଆଡକୁ ନେବା ସହ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିବା ସହ ନାନା ଅତ୍ୟାଚାର କରିଥିବା ପୀଡିତା ଜଣକ ଅଭିଯୋଗ କରିଛନ୍ତି ।
ଏପଟେ ଝିଅ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି ମଧ୍ୟ କରିଥିଲେ। ତେବେ ବିଳମ୍ବିତ ରାତିରେ ଅଭିଯୁକ୍ତ ପୀଡିତାକୁ ଆଣି ତାଙ୍କ ଘର ଆଗରେ ଛାଡି ଦେଇଥିଲା। ଏପରିକି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ଘଟଣାକୁ ପ୍ରଘଟ କଲେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା। ଦିବ୍ୟାଙ୍ଗ ଯୁବତୀଙ୍କ ଅଭିଯୋଗ କ୍ରମେ ତାଙ୍କ ଭାଇ ମ.ରାମପୁର ଥାନାରେ ଏତଲା ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ୍ ସିଂ,ଇଟିଭି ଭାରତ