ETV Bharat / state

ରିଜର୍ଭ ପୋଲିସ ପଡ଼ିଆରେ ତୁମୁଳକାଣ୍ଡ, ଯବାନଙ୍କୁ ଲହୁଲୁହାଣ କଲେ ପୋଲିସକର୍ମୀ - Reserve Police Field

କାମ କରିବାକୁ ନେଇ ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆରେ ତୁମୁଳକାଣ୍ଡ । ଓଏପିଏଫ ଯବାନକୁ ମାଡ଼ ମାରି ଲହୁଲୁହାଣ କଲେ ପୋଲିସ ସରଜେଣ୍ଟ ଓ ସହଯୋଗୀ । ଅଧିକ ପଢନ୍ତୁ...

people-were-violence in Reserve Police Field
ରିଜର୍ଭ ପୋଲିସ ପଡ଼ିଆରେ ତୁମୁଳ କାଣ୍ଡ
author img

By

Published : Apr 20, 2021, 7:57 PM IST

ଭବାନୀପାଟଣା: କାମ କରିବାକୁ ନେଇ ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆରେ ତୁମୁଳକାଣ୍ଡ । ଓଏପିଏଫ ଯବାନକୁ ପ୍ରବଳ ମାଡ଼ ମାରି ଲହୁଲୁହାଣ କଲେ ପୋଲିସ ସରଜେଣ୍ଟ ଓ ସହଯୋଗୀ ।

ରିଜର୍ଭ ପୋଲିସ ପଡ଼ିଆରେ ତୁମୁଳ କାଣ୍ଡ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରିଜର୍ଭ ଅଫିସରେ ମୁତୟନ ଥିବା ଓଏପିଏଫ ଯବାନ ଓ ସରଜେଣ୍ଟଙ୍କ ମଧ୍ୟରେ ନିର୍ମାଣଧୀନ କୋଠାରେ ପାଣି ଦେବା କାମ କରିବାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସରଜେଣ୍ଟ ଖଗେଶ୍ୱର ବିଶ୍ବାଳ ଓ ଦୁଇ ସହଯୋଗୀ ମିଶି ଓଏପିଏଫ ଯବାନ ଜଗବନ୍ଧୁ ଜାନିକୁ ଲୁହା ରଡ଼ରେ ମାଡ଼ ମାରିଥିବା ନେଇ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଯବାନ । ନିସ୍ତୁକ ମାଡ଼ରେ ହାତ ପିଠି କାନରୁ ରକ୍ତସ୍ରାବ ହୋଇଥିବା ବେଳେ ତାଙ୍କୁ ଭବାନୀପାଟଣା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ଏଭଳି କାଣ୍ଡ ଖୋଦ ପୋଲିସ ଅଫିସରେ ଘଟିଥିବାରୁ ଓଏପିଏଫ ଯବାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପୋଲିସ ରିଜର୍ଭ ଅଫିସରେ ପୋଲିସ ବି ସୁରକ୍ଷିତ ନଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏନେଇ ଜିଲ୍ଲା ଏସପିଙ୍କୁ ପଚାରିବାରୁ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.