ETV Bharat / state

ବଢୁଛି ଡକାୟତି, ଅତିଷ୍ଠ ଲୋକେ ଏସପିଙ୍କୁ ଭେଟିଲେ - କଳାହାଣ୍ଡିରେ ବଢୁଛି ଡକାୟତି

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରେ ଚୋରି ଡକାୟତି ଓ ରାହାଜାନୀ ବୃଦ୍ଧି, ରୋକିବାରେ ଫେଲ ମାରୁଛି ପୋଲିସ । ଏସପିଙ୍କୁ ଭେଟିଲେ ସ୍ଥାନିୟ ବାସିନ୍ଦା । ଅଧିକ ପଢନ୍ତୁ

ବଢୁଛି ଡକାୟତୀ, ଅତିଷ୍ଠ ଲୋକେ ଏସପିଙ୍କ ଦ୍ବାରାସ୍ଥ

author img

By

Published : Jul 2, 2022, 7:36 PM IST

Updated : Jul 2, 2022, 8:42 PM IST

ଭବାନୀପାଟଣା: ଦିନକୁ ଦିନ ଜିଲ୍ଲାରେ ବୃଦ୍ଧି ପାଉଛି ଚୋରି ଡକାୟତି ଓ ରାହାଜନୀ ଭଳି ଘଟଣା। ଯେଉଁଥିରେ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳରେ ପ୍ରତ୍ୟେକ ଦିନ ଏଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଦେଖା ଦେଉଥିବା ବେଳେ ଏହାକୁ ରୋକିବାରେ ଫେଲ ମାରୁଛି ପୋଲିସ । ଦିନ ଦ୍ବିପହରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଫଳରେ ଘରୁ ବାହାରକୁ ବାହାରିବା ପାଇଁ ଲୋକେ ସୁରକ୍ଷିତ ମନେ କରୁନାହାନ୍ତି । ରାତିରେ ଚୋରୀ ଘଟଣା ବୃଦ୍ଧି ପାଉଥିବାରୁ ଲୋକେ ଭୟରେ କଳାତିପାତ କରୁଛନ୍ତି। ପୋଲିସର କାର୍ଯ୍ୟକାରିତା ଉପରେ ଏନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନିୟ ବାସିନ୍ଦା ।

ବଢୁଛି ଡକାୟତି, ଅତିଷ୍ଠ ଲୋକେ ଏସପିଙ୍କୁ ଭେଟିଲେ

ପୋଲିସ ଠିକ ଭାବେ ପେଟ୍ରୋଲିଂ କରୁନଥିବାରୁ ଡ଼କାୟତ ମାନେ ଖୁଲାମଖୁଲା ଡକାୟତି କରୁଥିବା ଅଭିଯୋଗ ହୋଇଛି । ବିଶେଷ କରି ଜିଲ୍ଲାର ଗୋଲାମୁଣ୍ଡା ଅଞ୍ଚଳରେ ପ୍ରତ୍ୟେକ ଦିନ ଚୋରି ଡକାୟତି ଘଟଣା ଘଟୁଛି । ସ୍ଥାନିୟ ବାସିନ୍ଦା ଆଜି(ଶନିବାର) କଳାହାଣ୍ଡି ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗୋଲାମୁଣ୍ଡା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଜୋରଦାର କରିବା ନିମନ୍ତେ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Jul 2, 2022, 8:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.