ETV Bharat / state

ରୌଦ୍ରଙ୍କ ପ୍ରଚଣ୍ଡ ତାପକୁ କୃଷ୍ଣଚୂଡାର ଅଟ୍ଟହାସ୍ୟ, ବତାଉଛି ପ୍ରତିକୂଳରେ ଜିଇଁବାର ବାର୍ତ୍ତା - ପ୍ରକୃତିକୁ ସଜାଉଛି କୃଷ୍ଣଚୂଡା

ପ୍ରଚଣ୍ଡ ରୌଦ୍ରତାପକୁ ଅଟ୍ଟହାସ୍ୟ କରୁଛି କୃଷ୍ଣଚୂଡା । ଧୁ ଧୁ ଖରାରେ ଖିଲି ଖିଲି ହସି ପଥିକଟିଏ ମନରେ ପ୍ରେରଣାର ଉତ୍ସ ଭରି ଦେଉଛି । ଏ ଉତ୍ତାପରେ ସବୁ ଝାଉଁଳି, ମଉଳି ତଳେ ଲୋଟି ପଡିଥିବା ସମୟରେ ଚାହିଁ ରହିଛି କୃଷ୍ଣଚୂଡା । ଅଧିକ ପଢନ୍ତୁ

ରୌଦ୍ରଙ୍କ ପ୍ରଚଣ୍ଡ ତାପକୁ ଅଟ୍ଟହାସ୍ୟ କରୁଛି କୃଷ୍ଣଚୂଡା, ଶିଖାଉଛି ପ୍ରତିକୂଳରେ ଜିଇଁବାର ତରିକା

author img

By

Published : Apr 19, 2022, 10:20 PM IST

ଭବାନୀପାଟଣା: ଗ୍ରୀଷ୍ମରେ ସାରା ଜଗତ ତ୍ରାହି ତ୍ରାହି ଡାକୁ ଥିବାବେଳେ ପ୍ରଚଣ୍ଡ ରୌଦ୍ରତାପକୁ ଅଟ୍ଟହାସ୍ୟ କରୁଛି କୃଷ୍ଣଚୂଡା । ସମସ୍ତଙ୍କୁ ଅସହ୍ୟ ଗରମ କଲବଲ କରିଥିବାବେଳେ ନିଜର ସୌନ୍ଦର୍ଯ୍ୟରେ ବିମୋହିତ କରୁଛି କୃଷ୍ଣଚୂଡା । କଳାହାଣ୍ଡିର ରାଜରାସ୍ତାରେ ନୂଆବୋହୂ ସାଜି ନାଲି ଓଢଣୀ ଢାଙ୍କି ଦେଉଛି କୃଷ୍ଣଚୂଡା ।

ରୌଦ୍ରଙ୍କ ପ୍ରଚଣ୍ଡ ତାପକୁ ଅଟ୍ଟହାସ୍ୟ କରୁଛି କୃଷ୍ଣଚୂଡା, ଶିଖାଉଛି ପ୍ରତିକୂଳରେ ଜିଇଁବାର ତରିକା

କୃଷ୍ଣଚୂଡା ଶିଖାଉଛି ପ୍ରତିକୂଳ ପରିସ୍ଥିତିରେ, ଦୁଃଖ ବିଷାଦରେ ସ୍ଥିତପ୍ରଜ୍ଞ ରହି ଜୀବନ ଜିଇଁବାର ମନ୍ତ୍ର । କଠିନ ଖରାରେ ପଥଚାରୀଙ୍କ ମନରେ ଭରି ଦେଉଛି ଆନନ୍ଦ ଉଲ୍ଲାସ । ଗାଢ଼ ଲାଲ ରଙ୍ଗର ସୌନ୍ଦର୍ଯ୍ୟରେ ଜଗତକୁ ବିମୋହିତ କରୁଛି ଏହି କୃଷ୍ଣଚୂଡା । ଜୀବନର ଝଡଝଞ୍ଜାରେ କିପରି ଖୁସିରେ ବଞ୍ଚିହୁଏ, ଆଧୁନିକ ସମାଜକୁ ପ୍ରେରଣାର ବାର୍ତ୍ତା ଦେଉଛି ଏହି କୃଷ୍ଣଚୂଡା ।

ଏହି କୃଷ୍ଣଚୂଡାକୁ ନେଇ କିଏ କେତେ କଣ ଭାବୁଛନ୍ତି । କିଏ ପ୍ରେମିକାର ଓଢଣୀ ରଙ୍ଗସହ ବର୍ଣ୍ଣନା କରୁଛି ତ ଆଉ କିଏ ପ୍ରେରଣାର ଉତ୍ସ । ରାସ୍ତାଘାଟ ସବୁଠି ବିଛେଇ ଦେଇଛି ତାର ସୌନ୍ଦର୍ଯ୍ୟ । ରୂପରେ ବିମୋହିତ କରୁଛି, ଧୈର୍ଯ୍ୟଭରା ତା' ଜୀବନକୁ ପ୍ରେଣରାଦାୟୀ ସଜେଇଛି । ଯାହାକୁ ଦେଖି କବି, ଭାବୁକ ବିମୋହିତ ହେଉଛି ତ ସାଧାରଣ ପଥିକ ଟିଏ ପ୍ରେରଣା ପାଉଛି । ବାସ୍ତବରେ କୃଷ୍ଣଚୂଡାର ମାନବ ସମାଜ ପାଇଁ ପ୍ରେରଣାଦାୟୀ ନିଶ୍ଚୟ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.