ETV Bharat / state

କଳାହାଣ୍ଡିରେ ପିଡିଏସ ଚାଉଳ ଚୋରା ଚାଲାଣ, ଧରିଲେ ଗ୍ରାମବାସୀ

author img

By

Published : Aug 21, 2022, 9:31 PM IST

କଳାହାଣ୍ଡିରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପିଡିଏସ ଚାଉଳ ଚୋରା ଚାଲାଣ ଅଭିଯୋଗ (PDS rice smuggling in kalahandi )। ୧୫ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଚାଉଳ ଗୋଟିଏ ଅଟୋଯୋଗେ ଚାଲାଣ ହେଉଥିବା ବେଳେ କାବୁ କଲେ ଗ୍ରାମବାସୀ । ଘଟଣାସ୍ଥଳରେ ତଦନ୍ତ କରୁଛି ଜିଲ୍ଲା ଯୋଗାଣ ବିଭାଗ । ଅଧିକ ପଢ଼ନ୍ତୁ

ପିଡିଏସ ଚାଉଳ ଚୋରା ଚାଲାଣ ବେଳେ ଧରିଲେ ଗ୍ରାମବାସୀ

ଭବାନୀପାଟଣା: ପିଡିଏସ ଚାଉଳ ଚୋରା ଚାଲାଣ ବେଳେ ଧରିଲେ ଗ୍ରାମବାସୀ । ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଚୋରା ଚାଲାଣ ବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ଜବତ । ୧୫ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଚାଉଳ ସହିତ ଏଗୁଡ଼ିକ ଚାଲାଣ ହେଉଥିବା ଅଟୋକୁ ଅଟକାଇ ରଖିଛନ୍ତି ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ତଦନ୍ତ କରୁଛି ଜିଲ୍ଲା ଯୋଗାଣ ବିଭାଗ । ସେପଟେ ସମ୍ପୃକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଅଭିଯୋଗ ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବେନଗାଁ ଗ୍ରାମପଞ୍ଚାୟତରେ ଥିବା ମା ଭୈରବୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଦୀର୍ଘ ଦିନ ଧରି ପିଡିଏସ ଚାଉଳ ବଣ୍ଟନ ଦାୟିତ୍ବ ତୁଲାଉଛନ୍ତି । ତେବେ ଦୁର୍ଗମ ଅଞ୍ଚଳ ହେତୁ ଏଠାରେ ସରକାରୀ ସ୍ଥରରେ କୌଣସି ଯାଞ୍ଚ ପ୍ରକ୍ରିୟା ହୋଇନଥାଏ । ଯାହା ଫଳରେ ସମ୍ପୃକ୍ତ ସ୍ବୟଂ ସହାୟକ ଗୋଷ୍ଠୀର ମନମାନି ବଢି଼ଚାଲିଥିବା ବାରମ୍ବାର ଅଭିଯୋଗ ହୋଇଛି । ଏପରିକି ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ପିଡିଏସ ସାମଗ୍ରୀକୁ ଖୋଲା ବଜାରରେ ବିକି ଦିଆଯାଉଥିବା ଅଞ୍ଚଳବାସୀ ଅନେକ ଥର ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ଗତକାଲି(ଶନିବାର) ରାତିରେ ଏହି ପିଡିଏସ ଚାଉଳ ଗୋଟିଏ ଅଟୋ ଯୋଗେ ଚୋରା ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ଏହାକୁ କାବୁ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଜିଲ୍ଲା ଯୋଗାଣ ବିଭାଗର ଏକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.