ETV Bharat / state

କଳାହାଣ୍ଡିରେ ହାତୀ ମୃତ୍ୟୁ ପ୍ରସଙ୍ଗ, ସ୍ଥିତି ଅନୁଧ୍ୟାନ କଲେ ପିସିସିଏଫ ଶଶୀ ପଲ - Karlapat elephant death case

କଳାହାଣ୍ଡିରେ ହାତୀ ମୃତ୍ୟୁକୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପିସିସିଏଫ ଶଶୀ ପଲ । ଅଧିକ ପଢନ୍ତୁ...

କଳାହାଣ୍ଡିରେ ହାତୀ ମୃତ୍ୟୁ ପ୍ରସଙ୍ଗ
କଳାହାଣ୍ଡିରେ ହାତୀ ମୃତ୍ୟୁ ପ୍ରସଙ୍ଗ
author img

By

Published : Feb 16, 2021, 10:41 AM IST

ଭବାନୀପାଟଣା: କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁକୁ ନେଇ ବନ ବିଭାଗକୁ ଘାରିଛି ଚିନ୍ତା। ଗତ 14 ଦିନ ମଧ୍ୟରେ 6ଟି ମାଈ ହାତୀଙ୍କର ଜୀବନ ଯାଇଥିବା ବେଳେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପିସିସିଏଫ ଶଶୀ ପଲ।

କଳାହାଣ୍ଡିରେ ହାତୀ ମୃତ୍ୟୁ ପ୍ରସଙ୍ଗ

ରାଜ୍ୟର ଦୁଇ ଜଣିଆ ପ୍ରତିନିଧି ଦଳ ସହିତ କର୍ଲାପାଟ ତେନ୍ତୁଳି ପଦର ଗାଁ ଯାଇ କିଭଳି ପରିସ୍ଥିତିରେ ହାତୀଙ୍କର ମୃତ୍ୟ ହେଉଛି ସେନେଇ ଅନୁଧ୍ୟାନ କରିଛନ୍ତି ସେ । ଏହା ସହିତ ଅଭୟାରଣ୍ୟ ମଧ୍ୟରେ ହାତୀ ରହୁଥିବା ସ୍ଥାନରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ତଥ୍ୟ ସଂଗ୍ରହ କରାଯାଇଛି।

ପିସିସିଏଫ ଶଶୀ ପଲଙ୍କ ସହିତ କଳାହାଣ୍ଡି ଆରସିସିଏଫ ସିଦୀପ୍ତ ଦାସ, ଦକ୍ଷିଣ ବନଖଣ୍ଡ ଡିଏଫଓ ଟି ଅଶୋକ କୁମାର, ଏଡିଭିଓ ଏବଂ ଓୟୁଏଟିର ବିଶେଷଜ୍ଞ ଅଭୟାରଣ୍ୟକୁ ଯାଇଥିଲେ । ଦକ୍ଷିଣ ବନଖଣ୍ଡ ଅଭୟାରଣ୍ୟରେ ଚଳିତ ମାସ 1 ତାରିଖରୁ ଏଯାଏ ସେପଟିସେମିଆରେ 6ଟି ମାଈ ହାତୀଙ୍କର ମୃତ୍ୟ ହୋଇସାରିଲାଣି।

ଜଳ ଦ୍ବାରା ସଂକ୍ରମଣ ହୋଇଥିବା ବିଶେଷଜ୍ଞ ଟିମ୍‌ ସୂଚନା ଦେଇଛନ୍ତି । ତେବେ 8 ଟିକିଆ ହାତୀପଲରୁ 6ଟି ହାତୀଙ୍କର ମୃତ୍ୟ ହୋଇସାରିଥିବାବେଳେ ଏବେ ଦୁଇଟି ହାତୀ ଜୀବିତ ଅଛନ୍ତି। ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଉଥିବା ପିସିସିଏଫ କହିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.