ETV Bharat / state

ରାସ୍ତା ନଥିବାରୁ ଖଟିଆ ପାଲଟିଲା ଆମ୍ବୁଲାନ୍ସ - ଖଟିଆରେ ବୁହା ହେଲେ ରୋଗୀ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ନକୀପଦର ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ । ସେଥିପାଇଁ ଖଟିଆ ପାଲଟିଲା ଆମ୍ବୁଲାନ୍ସ । ଅଧିକ ପଢନ୍ତୁ...

ପୁଣି ଖଟିଆରେ ବୁହା ହେଲେ ରୋଗୀ
ପୁଣି ଖଟିଆରେ ବୁହା ହେଲେ ରୋଗୀ
author img

By

Published : Dec 13, 2020, 11:36 AM IST

ଭବାନୀପାଟଣା: ପୁଣି ଖଟିଆରେ ବୁହା ହେଲେ ରୋଗୀ । ସରକାର ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ନାନା ଯୋଜନାମାନ କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ତାହା କେତେ ସୁଫଳ ତାହାକଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ନକୀପଦର ଗାଁ ଏହି ଦୃଶ୍ୟକୁ ଦେଖିଲେ ଆପଣ ବୁଝିପାରୁଥିବେ ।

ପୁଣି ଖଟିଆରେ ବୁହା ହେଲେ ରୋଗୀ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ନକୀପଦର ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ । ସେଥିପାଇଁ ଖଟିଆ ପାଲଟିଲା ଆମ୍ବୁଲାନ୍ସ । ଜାନକୀପଦର ଗାଁର ଜଣେ ବୃଦ୍ଧା ରେବତୀ ପାତ୍ରଙ୍କ ଦେହ ଅସୁସ୍ଥ ହେବା କାରଣରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ।

କିନ୍ତୁ ଗାଁକୁ ରାସ୍ତା ନଥିବା କାରଣରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ପରେ ପରିବାର ଓ ଗ୍ରାମବାସୀ ମିଶି ରେବତୀଙ୍କୁ ଖଟିଆରେ ୫ କିଲୋମିଟର ଭୁର୍ଟିଗଡ଼ ଗାଁ ପର୍ଯ୍ୟନ୍ତ ବୋହି ନେଇଥିଲେ । ଆଉ ସେଠାରୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ପରିବାର ଲୋକେ। ଏଭଳି ଚିତ୍ର ବାରମ୍ବାର ସାମ୍ନାକୁ ଆସିଲେ ମଧ୍ୟର ଶୋଇ ଥାଇ ଚେଇଁ ଥିବାର ଅଭିନୟ କରୁଛନ୍ତି ଉଭୟ ଶାସନ ଓ ପ୍ରଶାସନ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.