କଳାହାଣ୍ଡି: ପର୍ଲା ଗ୍ରାମପଞ୍ଚାୟତକୁ ୧୨ ଘଣ୍ଟିଆ ସଟଡାଉନ ଘୋଷଣା କଲେ ସରପଞ୍ଚ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ପର୍ଲା ଗ୍ରାମ ପଞ୍ଚାୟତକୁ ୧୨ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି । ଧର୍ମଗଡ଼ ସହରରୁ 2 କୋରୋନା ପଜେଟିଭ ଚିହ୍ନଟ ହେବା ପରେ ଏଭଳି ସଟଡାଉନ ନିଷ୍ପତି ନିଆଯାଇଛି । ଫଳରେ ସାପ୍ତାହିକ ବଜାର ସହ ଦୋକାନ ବଜାର ଓ କେତେକ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ସଟଡାଉନ ଯୋଗୁଁ ରାସ୍ତାଘାଟ ସବୁ ଖାଁ ଖାଁ । ପର୍ଲା ପଞ୍ଚାୟତ ଧର୍ମଗଡ଼ ବ୍ଲକର ଏକ ପ୍ରମୁଖ ସ୍ଥାନ ହୋଇଥିବାବେଳେ ପଡୋଶୀ ରାଜ୍ୟ ଛତିଶଗଡ଼ ତଥା ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଯିବା ଆସିବା ଲାଗି ରହିଥାଏ । କୋରୋନା ସଂକ୍ରମଣ ଭୟ ଓ ଜନଗହଳିକୁ ଦୃଷ୍ଟିରେ ରଖି ପର୍ଲାଗ୍ରାମ ପଞ୍ଚାୟତ ସରପଞ୍ଚ ୧୨ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ।
ଧର୍ମଗଡ଼ ସହରରେ ୨ ଜଣଙ୍କ ଠାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି । ଏନେଇ ସତର୍କତା ସ୍ବରୂପ ପର୍ଲା ପଞ୍ଚାୟତକୁ ସରପଞ୍ଚ ସଡ଼ଡାଉନ ଘୋଷଣା କରିଥିବା ବେଳେ ଜନସାଧାରଣ ମଧ୍ୟ ସମର୍ଥନ ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ