ETV Bharat / state

Student Strike: ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ଆନ୍ଦୋଳନ

author img

By

Published : Apr 25, 2022, 1:57 PM IST

ପ୍ରଧାନ ଶିକ୍ଷକଙ୍କ ବଦଳି ସହ ସ୍ଵଂୟ ସହାୟକ ଗୋଷ୍ଠୀକୁ ମଧ୍ୟାହ୍ନ ଭୋଜନ ଯୋଗାଣ ଦାୟିତ୍ଵ ପ୍ରଦାନ ଦାବିରେ ଆନ୍ଦୋଳନ । ସ୍କୁଲରେ ତାଲା ପକାଇ ଧାରଣାରେ ଦେଲେ ଛାତ୍ରଛାତ୍ରୀ ,ଅଭିଭାବକ ଓ ସ୍ଵୟଂ ସହାୟକ ଗୋଷ୍ଠୀ । ଅଧିକ ପଢନ୍ତୁ

Student Strike:ପ୍ରଧାନ ଶିକ୍ଷକଙ୍କ ବଦଳି ଦାବି ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ

ଭବାନୀପାଟଣା: ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହ ସ୍ଵୟଂ ସହାୟକ ଗୋଷ୍ଠୀ l ପ୍ରଧାନ ଶିକ୍ଷକଙ୍କ ବଦଳି ସହ ସ୍ଵଂୟ ସହାୟକ ଗୋଷ୍ଠୀକୁ ମଧ୍ୟାହ୍ନ ଭୋଜନ ଯୋଗାଣ ଦାୟିତ୍ଵ ପ୍ରଦାନ ଦାବିରେ ଆନ୍ଦୋଳନ କରାଯାଉଛି l କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସର୍ଗିଗୁଡା ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି l ଯେଉଁଠି ପ୍ରାୟ 150ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି ।

ହେଲେ ଆଜକୁ 12 ଦିନ ହେବ ସ୍କୁଲରେ ତାଲା ପଡ଼ିଛି । ଶିକ୍ଷକ ଆସୁଛନ୍ତି ହେଲେ ପାଠ ପଢ଼ିବା ପାଇଁ ଆସୁନାହାନ୍ତି ପିଲା l ପ୍ରଧାନ ଶିକ୍ଷକଙ୍କ ବଦଳି ଦାବି କରିବା ସହ ଗାଁରେ ଥିବା ସ୍ଵଂୟ ସହାୟକ ଗୋଷ୍ଠୀକୁ ମଧ୍ୟାହ୍ନ ଭୋଜନ ଯୋଗାଣ ଦାୟିତ୍ଵ ଦେବା ଦାବିରେ ଚାଲିଛି ଆନ୍ଦୋଳନ । ଏହି ବିଦ୍ୟାଳୟରେ 150ଜଣ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାନ ପାଇଁ 5 ଜଣ ଶିକ୍ଷକ ଥିବା ବେଳେ ଗାଁରେ ମା ପାହର ବୁଡ଼ା ସ୍ଵୟଂ ସହାୟକ ଗୋଷ୍ଠୀ ଆଜକୁ 5ବର୍ଷ ହେଲା ମଧ୍ୟାହ୍ନ ଭୋଜନ ଯୋଗାଇ ଆସୁଥିଲା । ହେଲେ ଗତ କିଛି ବର୍ଷ କୋଭିଡ ପାଇଁ ମଧ୍ୟାହ୍ନ ଭୋଜନ ବନ୍ଦ ଥିଲା । ହେଲେ ଚଳିତ ବର୍ଷ ମଧ୍ୟାହ୍ନ ଭୋଜନ ଚାଲୁ ହେବ ପରେ ଅନ୍ୟ ଗାଁର ଏକ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀକୁ ଦାୟିତ୍ଵ ଦେବା ଓ ଏଥିରେ ପ୍ରଧାନ ଶିକ୍ଷକଙ୍କ ସଲା ସୁତୁରା ଥିବା ଅଭିଯୋଗ କରି ବଦଳି ଦାବି କରି ଆନ୍ଦୋଳନ ଜାରି ରହିଛି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.