ETV Bharat / state

ସରିଲା ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା - କଳାହାଣ୍ଡି ଜିଲ୍ଲାରେ ସରିଲା ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା

ସରିଲା ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା। ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପରେ ଦୁଇଦିନ ଧରି ଚାଲିଥିଲା ନାମାଙ୍କନ ପତ୍ର ଯାଞ୍ଚ । ତେବେ ପଞ୍ଚାୟତ ନିର୍ବାଚନ ପାଇଁ କଳାହାଣ୍ଡି ଜିଲ୍ଲାରେ ରାଜନୈତିକ ଉଷ୍ମତା ବୁଦ୍ଧି ପାଇବାରେ ଲାଗିଛି । ଅଧିକ ପଢନ୍ତୁ

panchayat election nomination verifying process done
ସରିଲା ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା
author img

By

Published : Jan 23, 2022, 5:16 PM IST

ଭବାନୀପାଟଣା: ସରିଲା ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା। ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପରେ ଦୁଇଦିନ ଧରି ଚାଲିଥିଲା ନାମାଙ୍କନ ପତ୍ର ଯାଞ୍ଚ । ତେବେ ପଞ୍ଚାୟତ ନିର୍ବାଚନ ପାଇଁ କଳାହାଣ୍ଡି ଜିଲ୍ଲାରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି ।

ସରିଲା ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା

ଅନ୍ୟପଟେ କଳାହାଣ୍ଡି ଜିଲ୍ଲାରେ ୩୬ଟି ଜିଲ୍ଲା ପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ୧୫୮ ଜଣ ପ୍ରାର୍ଥୀ । ଏଥିରୁ 2ଜଣଙ୍କ ନାମାଙ୍କନ ପତ୍ର ଖାରଜ କରିଛନ୍ତି ଜିଲ୍ଲା ପ୍ରଶାସନ ।

ସେହିପରି ସରପଞ୍ଚ ପଦ ପାଇଁ ୧୫୯୨ଜଣ ପ୍ରାର୍ଥୀ କରିଥିଲେ ନାମାଙ୍କନ ପତ୍ର ଦାଖଲ । ତେବେ ଏଥି ମଧ୍ୟରୁ ୮୧ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଛି। ସେହିଭଳି ସମିତି ସଭ୍ୟ ପଦବୀ ପାଇଁ ୧୪୨୦ ଜଣ ନାମାଙ୍କନ ଦାଖଲ କରିଥିବାବେଳେ ୬୧ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ କରାଯାଇଛି ।

ଅପରପକ୍ଷେ ୱାର୍ଡ ମେମ୍ବର ପଦବ ଲାଗି ୫୭୧୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୭୯ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଛି । ଆବଶ୍ୟକ କାଗଜପତ୍ରରେ ତ୍ରୁଟି ଥିବା ଯୋଗୁଁ ଏମାନଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିବା ନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ନାମାଙ୍କନ ପତ୍ର ଖାରଜ ପରେ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.