ଭବନୀପାଟଣା: କଳାହାଣ୍ଡି ଜିଲ୍ଲା ପରିଷଦ ଆସନ ପାଇଁ ମଦନପୁର ରାମପୁର ବ୍ଲକର ୧ ନମ୍ବର ଜୋନ ପାଇଁ ବରିଷ୍ଠ ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି(ଗୁରୁବାର) ଭବାନୀପାଟଣା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନିଜର ଆବଶ୍ୟକ କାଗଜପତ୍ର ସହ ନମାନଙ୍କନ ପତ୍ର ଦାଖଲ କରିଛନ୍ତି ସିଂଦେଓ ।
କୋଭିଡ କଟକଣା ଅନୁଯାୟୀ ୫ ଜଣ ସମର୍ଥକଙ୍କୁ ନେଇ ନମାନଙ୍କନ ପତ୍ର ଦାଖଲ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକ ହିତକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କହିବା ସହ ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ଲୋକଙ୍କ ସେବା ହିଁ ବିଜୟ ପତାକା ଉଡାଇବ ବୋଲି ସେ କହିଛନ୍ତି । ସେପଟେ ଆଜି ନାମାଙ୍କନ ଦାଖଲର ଚତୁର୍ଥ ଦିନ । ଶାନ୍ତି ଶୃଙ୍ଖଳା ଏବଂ କୋଭିଡ ନିୟମ ଅନୁସାରେ ନାମାଙ୍କନ ଭରୁଛନ୍ତି ଆଶାୟୀ ପ୍ରାର୍ଥୀ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ