ETV Bharat / state

ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ ପଞ୍ଚାନନ ଦୁରିଆ, ରାଜଧାନୀ ଶିକ୍ଷା ମଡେଲର ମେଣ୍ଟର ମନୋନୀତ - ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲର ମେଣ୍ଟର ପଞ୍ଚାନନ ଦୁରିଆ

ପଛୁଆ ବର୍ଗର ଜଣେ ଆଗୁଆ ଶିକ୍ଷକ ଭାବେ ପରିଚିତ ପଞ୍ଚାନନ ଦୁରିଆ ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲର ମେଣ୍ଟର ଭାବେ ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ

Panchanan Duriya selected as the Mentor of Education Model
ପଞ୍ଚାନନ ଦୁରିଆ ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲର ମେଣ୍ଟର ମନୋନୀତ
author img

By

Published : Sep 26, 2022, 1:24 PM IST

ଭବାନୀପାଟଣା: ପଞ୍ଚାନନ ଦୁରିଆ ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲର ମେଣ୍ଟର ଭାବେ ମନୋନୀତ ହୋଇଛନ୍ତି । ଶିକ୍ଷା ଏବେ ବ୍ୟବସାୟରେ ପରିଣତ ହୋଇଥିବାବେଳେ ଅଧ୍ୟାପକ ପଞ୍ଚାନନ ଦୂରିଆ ଶିକ୍ଷାକୁ ବୃତ୍ତି କରି ପିଲାଙ୍କୁ ନିଶୁଳ୍କ ଶିକ୍ଷା ପ୍ରଦାନ କରୁଛନ୍ତି । ପଛୁଆ ବର୍ଗର ଜଣେ ଆଗୁଆ ଶିକ୍ଷକ ଭାବେ ପରିଚିତ ହୋଇଛନ୍ତି ପଞ୍ଚାନନ ଦୁରିଆ । ଗତ ୧୦ ବର୍ଷ ହେବ ଇଂରାଜୀ ସପୋର୍ଟ ମିଶନ ନାମରେ ସେ ପିଲାଙ୍କୁ ଶୁକ୍ଳ ମୁକ୍ତ ଇଂରାଜୀ ଶିକ୍ଷା ପ୍ରଦାନ କରି ଆସୁଛନ୍ତି । ଏଥିପାଇଁ ସେ ଜାତୀୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଏବେ ତାଙ୍କୁ ଦିଲ୍ଲୀରୁ ଡକରା ଆସିଛି ।

Panchanan Duriya selected as the Mentor of Education Model
ପଞ୍ଚାନନ ଦୁରିଆ ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲର ମେଣ୍ଟର ମନୋନୀତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁରରେ ଜନ୍ମଗ୍ରହଣ କରିଥିବା ପଞ୍ଚାନନ ଦୁରିଆ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା କଲେଜର ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି । ଗ୍ରାମୀଣ ଇଲାକାରେ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା ଇଂରାଜୀ ଶିକ୍ଷାଦାନ ପାଇଁ ଗ୍ଲୋବାଲ ଟିଚର ରୋଲ ମଡେଲ ୨୦୧୯ ରେ ସମ୍ମାନୀତ ହୋଇଛନ୍ତି ପଞ୍ଚାନନ ଦୁରିଆ । ଡିଜିଟାଲ ଯୁଗରେ ଇଂରାଜୀ ଭାଷାର ଚାହିଦା ଦେଖି ବିଗତ ଦିନରେ ଏହା ଉପରେ ଗବେଷଣା କରି ତାଙ୍କ ମିଶନ ଆରମ୍ଭ କରିଛନ୍ତି । ମିଶନର ମୂଳ ଲକ୍ଷ୍ୟ ହେଲା ଗ୍ରାମାଞ୍ଚଳ ଓ ଗରିବ ପିଲାଙ୍କ ମଧ୍ୟରେ ଇଂରାଜୀ ଭାଷାକୁ ନେଇ ତାଙ୍କ ମନରେ ଥିବା ଭୟ ଦୂର କରିବା ସହ ତାଙ୍କୁ ଇଂରାଜୀ କହିବା ଦକ୍ଷତା ବଢେଇବା । ନିଜ ମାଟିର ଗ୍ରାମୀଣ ଯୁବକ ଯୁବତୀଙ୍କୁ ଇଂରାଜୀ ଶିକ୍ଷା ପାଇଁ ସେ ୨୦୧୩ରୁ ଅଭିଯାନ ଆରମ୍ଭ କରିଛନ୍ତି ।

ଏହା ବି ପଢନ୍ତୁ...ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ରାସ୍ତା ନଥିବାରୁ ଷ୍ଟ୍ରେଚରରେ ୨କିମି ବୁହାହେଲେ ଗର୍ଭବତୀ

ପଞ୍ଚାନନ ଦୁରିଆ ଦିଲ୍ଲୀ ସରକାରଙ୍କ ମେଣ୍ଟର ମନୋନୀତ ହେବା ଅଞ୍ଚଳ ସମେତ ଜିଲ୍ଲା ପାଇଁ ଗୌରବ ଆଣିଦେଇଛି । ଶିକ୍ଷା ମଡେଲ ପାଇଁ ଦିଲ୍ଲୀ ସରକାର ତାଙ୍କ ଦ୍ଵାରା ପରିଚାଳିତ ଶିକ୍ଷା ମଡେଲରେ ମେଣ୍ଟର ରୂପେ ମନୋନୀତ କରିଛନ୍ତି । ପଞ୍ଚାନନ ଦୂରିଆ ଦିଲ୍ଲୀ ସ୍କୁଲ ପିଲାଙ୍କୁ (ପ୍ରଥମରୁ ସ୍ନାତକ) ଇଂରାଜୀ ଶିକ୍ଷା ପ୍ରଦାନ କରିବେ । ଏଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ତାଙ୍କୁ ବିଧିବଦ୍ଧ ଭାବେ ଯୋଗାଯୋଗ କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.