ETV Bharat / state

ପ୍ରକୃତିର ଶୋଭା ବର୍ଦ୍ଧିତ କରି ଖିଲି ଖିଲି ହସୁଛି ପଳାସ, ଆତ୍ମବିଭୋର କବି-ଭାବୁକ - ଖିଲିଖିଲି ହସୁଛି ପଳାସ

ବସନ୍ତ ଋତୁ ଆଗମନରେ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ପଳାସ ଫୁଲର ସମ୍ଭାର । ପଳାସ ଫୁଲର ମନ ମୁଗ୍ଧକର ରୂପ ପ୍ରତିଟି ବ୍ୟକ୍ତି ମନରେ ନବ ଉନ୍ମାଦନା ଭରିଛି । ସେପଟେ ପଳାସ ଆଦିମ ଜନଜାତିଙ୍କ ପର୍ବରେ ବ୍ୟବହାର ହୋଇ ଖୁସିର ମାହୋଲକୁ କରିଛି ଆହୁରି ରଙ୍ଗୀନ । ଦେଖନ୍ତୁ ଏହି ରିପୋର୍ଟ

Palasa flower
Palasa flower
author img

By

Published : Mar 14, 2023, 8:55 PM IST

Updated : Mar 14, 2023, 9:57 PM IST

ପ୍ରକୃତିର ଶୋଭା ବର୍ଦ୍ଧିତ କରି ଖିଲିଖିଲି ହସୁଛି ପଳାସ, ଆତ୍ମବିଭୋର କବି ଭାବୁକ

ଭବାନୀପାଟଣା: ବସନ୍ତ ଋତୁ ଆଗମନରେ ସବୁଜିମା ହୋଇଛି ରଙ୍ଗୀନ । ଆଉ ଏହି ରଙ୍ଗୀନ ପରିବେଶରେ ସମସ୍ତଙ୍କ ମନରେ ଉତ୍ସାହ ଭରି ଦେଇଛି ପଳାସ ଫୁଲର ମନ ମୁଗ୍ଧକର ରୂପ । ସତେ ଯେପରି ପ୍ରକୃତି ଲାଲ ରଙ୍ଗର ଓଢଣୀରେ ଢାଙ୍କି ହୋଇ ଋତୁରାଜ ବସନ୍ତକୁ ସ୍ଵାଗତ କରୁଛି ଧରଣୀ ରାଣୀ । ଆଉ ଧରଣୀ ରାଣୀର ଏହି ରୂପକୁ ଦେଖି କବି ଓ ଭାବୁକ ଆତ୍ମବିଭୋର ହୋଇପଡ଼ିଛନ୍ତି । କବି ନିଜର କବିତା ଓ ଲେଖନୀରେ ପଳାସର ସୌନ୍ଦର୍ଯ୍ୟ ବଖାଣିଛି । କଳାହାଣ୍ଡି ଜିଲ୍ଲାରେ ପଳାସ ଫୁଲ ସମ୍ଭାର ମେଲିଥିବା ବେଳେ ଆଦିବାସୀଙ୍କ ପାରମ୍ପରିକ ପୂଜା ପାଇଁ ରହିଛି ଏହାର ସ୍ବତନ୍ତ୍ର ଚାହିଦା ।

ଧରଣୀ ରାଣୀର ଏହି ସୁନ୍ଦର ରୂପଟିକୁ ଦେଖି କୋକିଳ ତା'ର ସୁମଧୁର କଣ୍ଠରେ ସଂଗୀତ ଗାନ କରି ଉଠୁଥିବା ବେଳେ ଭ୍ରମରର ଗୁଣୁଗୁଣୁ ଶବ୍ଦ ସହିତ ଦୂରରୁ ଶୁଣାଯାଉଥିବା କୁମ୍ଭାଟୁଆ ଚଢେଇର ଶବ୍ଦ ପରିବେଶକୁ ଆହୁରି ମନମୁଗ୍ଧକର କରିଦେଉଛି । କେଉଁଠି ପଳାସ ଓ ଶିମିଳି ଫୁଲର ରଙ୍ଗରେ ପରିବେଶ ଲାଲ ଦେଖାଯାଉଥିବା ବେଳେ କେଉଁଠି ମହୁଲ ଫୁଲର ବାସନାରେ ସାରା ପରିବେଶ ସୁଗନ୍ଧମୟ ହୋଇ ଉଠିଥାଏ । ଏହି ଋତୁରେ ଗୋଟିଏ ପଟେ ବହୁ ସୁଗନ୍ଧିତ ଓ ରଙ୍ଗ ବିରଙ୍ଗ ଫୁଲ ଶୋଭା ବର୍ଦ୍ଧନ କରୁଥିବା ବେଳେ ଅନ୍ୟପଟେ ଗନ୍ଧ ଓ ବାସ ନଥିବା ପଳାସ ଫୁଲ କେବଳ ତା'ର ଆକର୍ଷିତ ରଙ୍ଗ ଓ ରୂପରେ ସମସ୍ତଙ୍କୁ ଆକୃଷ୍ଟ କରି ରଖିଥାଏ ।

ଏହା ବି ପଢନ୍ତୁ- ମାଲାମାଲ ହେଉଛନ୍ତି ଦଲାଲ, ଶୋଷଣର ଶିକାର ମହୁଲ ଗୋଟାଳି

କ୍ଳାନ୍ତ ପଥିକଟିଏ ହେଉ କି ଦୁଃଖୀ ମଣିଷଟିଏ, କିଛି ସମୟ ପାଇଁ ସମସ୍ତ ଦୁଃଖ କଷ୍ଟକୁ ଭୁଲି ପଳାସ ଫୁଲର ଅପୂର୍ବ ସୌନ୍ଦର୍ଯ୍ୟତାରେ ନିଜକୁ ହଜାଇ ଦିଏ । ମଳୟ ପବନରେ ଦୋଳୀୟମାନ ରକ୍ତିମ ପଳାସ, ମନରେ ଭରି ଦିଏ ନବ ଉନ୍ମାଦନା । ଗଛରୁ ପତ୍ରଝଡା ପରେ ବି ନିଜ ସୌନ୍ଦର୍ଯ୍ୟ ବଳରେ ଲାଲି ମଖମଲ ଚଟାଣର ଭ୍ରମ ସୃଷ୍ଟି କରିଥାଏ ପଳାସ ଫୁଲ । ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାରେ ଏବେ ଅଧିକାଂଶ ସ୍ଥାନରେ ଏହି ମନମୁଗ୍ଧକର ଦୃଶ୍ୟ ଦେଖିବାକୁ ମିଳିଛି । ଏହାର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ କବିକୁ ଆନମନା କରିଦିଏ । ଏହା କବି ପାଇଁ ପାଲଟେ ଅଦ୍ବିତୀୟ କାବ୍ୟ ।

ବସନ୍ତ ଋତୁରେ ଏହି ପଳାସ ଫୁଲର ମହତ୍ତ୍ବ ପୁରାଣରେ ବର୍ଣ୍ଣିତ ଥିବାବେଳେ ଏହି ଋତୁରେ ଅନୁଷ୍ଠିତ ହେଉଥିବା ହୋଲି ପର୍ବ, ଚୈତ୍ର ମାସରେ ପାଳିତ ହେଉଥିବା ଆଦିବାସୀଙ୍କ ଆଦ୍ୟ ପୂଜା ଓ ଯାତ୍ରାରେ କେବଳ ଏହି ପଳାସ ଫୁଲ ଅର୍ପଣ କରାଯିବାର ପରମ୍ପରା ରହିଛି । ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ପୋଷାକ ପିନ୍ଧି ସ୍ବତନ୍ତ୍ର ପୂଜା କରନ୍ତି । ପଳାସ ଫୁଲର ସୌନ୍ଦର୍ଯ୍ୟ ସହ ଆଦିବାସୀ ବାଦ୍ୟଯନ୍ତ୍ରରେ ଚତୁର୍ଦ୍ଦିଗ ଖେଳିଯାଏ ଏକ ସକରାତ୍ମକ ବାତାବରଣ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Mar 14, 2023, 9:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.