ETV Bharat / state

କଳାହାଣ୍ଡିରେ ଖୋଲିଲା ଗାଁ ଆମ୍ବ ପସରା, କମ୍ ଦାମରେ ସୁଆଦିଆ ଆମ୍ବ ପାଇବେ ଗ୍ରାହକ

author img

By

Published : May 25, 2023, 8:45 AM IST

ଓରମାସ ଓ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲାରେ ଖୋଲିଛି 'ଗାଁ ଆମ୍ବ ପସରା' । ଅଧିକ ପଢନ୍ତୁ

gaon amba pasara
gaon amba pasara
gaon amba pasara

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଖୋଲିଛି ଆମ୍ବ ପସରା । ଆମ୍ବ ପ୍ରେମୀଙ୍କ ପାଇଁ ଓରମାସ ଓ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ 'ଗାଁ ଆମ୍ବ ପସରା' ଖୋଲିଛି । ଭଳିକି ଭଳି ଆମ୍ବ ଯେପରିକି, ଲେଙ୍ଗଡ଼ା , ଆମ୍ରପାଲି , ଆଖୁରସ , ସିନ୍ଦୁରି , ମଲ୍ଲିକା , ଦଶରୀ ଓ ବାଇଗଣପାଲି,କଳାପାହାଡ଼, ଜାହାଙ୍ଗିର, ଗୁଲବଖସ ଭଳି ୩୦ରୁ ଊର୍ଦ୍ଧ୍ବ ପ୍ରକାରର ଆମ୍ବ ଏଠାରେ ବିକ୍ରି ହେଉଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଗାଁ ଆମ୍ବ ପସରା ଖୋଲା ରହିବ । ଜିଲ୍ଲାର ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିଛି ଏହି ଆମ୍ବ ପସରା । ଏହି ଆମ୍ବ ପସରାର ମୁଖ୍ୟ ଲକ୍ଷ୍ୟ ହେଉଛି ଗାଁ ଗଣ୍ଡାରେ ଥିବା ବଗିଚାରେ ଫଳିଥିବା ଆମ୍ବକୁ ଉପଯୁକ୍ତ ବଜାର ଯୋଗାଇବା ।

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଛୋଟ ବଡ ବଗିଚାରୁ ଆସିଥିବା ବିଭିନ୍ନ ଆମ୍ବ କଳାହାଣ୍ଡି ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାର ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଜିଲ୍ଲାର ଓରମାସ, ଆଇଟିଡିଏ, ଉଦ୍ୟାନ ବିଭାଗ , ନାବାର୍ଡ ଭଳି ସରକାରୀ ସଂସ୍ଥା ଏବଂ ଅନେକ ବେସରକାରୀ ସଂଗଠନର ସମନ୍ବିତ ପ୍ରୟାସ ଫଳରେ କଳାହାଣ୍ଡି ଜିଲ୍ଲାର ଆମ୍ବ ରାଜ୍ୟ ବାହାର ବଜାରକୁ ଯାଇ ବେଶ ଆଦର ଲାଭ କରିଛି । ଏହି ସମସ୍ତ ଅନୁଷ୍ଠାନର ମିଳିତ ପ୍ରୟାସ ଓ ଚାଷୀଙ୍କ ଅକ୍ଲାନ୍ତ ପରିଶ୍ରମର ଫଳସ୍ୱରୂପ ଆମ୍ବ ବଗିଚାରେ ଫଳିଛି ଉନ୍ନତ ମାନର ଆମ୍ବ ।

ଏହା ମଧ୍ୟ ପଢନ୍ତୁ- ସ୍କାମ୍ ମାଷ୍ଟରମାଇଣ୍ଡ ଫିନାଇଲ ବ୍ୟବସାୟୀ, କ୍ଲାଉଡ୍ ଫଟ୍ ଆପ୍‌ର ୫୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଫ୍ରିଜ୍

ଏହା ମଧ୍ୟ ପଢନ୍ତୁ-ମାଓ ଆକ୍ରମଣ ଯୋଜନା ପଣ୍ଡ, 50 କେଜି ବିସ୍ଫୋରକ ଜବତ କଲା ସୁରକ୍ଷାବଳ

ତେବେ ଏନେଇ ଏକ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇ ଗାଁ ଆମ୍ବ ପସରାକୁ ଉଦଘାଟନ କରିବା ସହ ଷ୍ଟଲ ବୁଲି ପରିଦର୍ଶନ କରିଥିଲେ । ଏଥିସହ ନିଜେ ଆମ୍ବ ବାଛିବା ସହ ଗୋଟିଏ କିଲୋ ଆମ୍ବ କ୍ରୟ ମଧ୍ୟ କରିଥିଲେ ଜିଲ୍ଲାପାଳ । ଚଳିତ ବର୍ଷ ଆମ୍ବ ଉତ୍ପାଦନ ଏତେ ଭଲ ନ ଥିଲେ ମଧ୍ୟ ଆଗକୁ ଜିଲ୍ଲାର ସାଧାରଣ ଆମ୍ବ ଚାଷୀ ପୂର୍ବ ବର୍ଷ ଗୁଡିକ ଭଳି ସାରା ଦେଶରେ ବିଭିନ୍ନ ବଜାରରେ ନିଜ ଆମ୍ବ କିପରି ବିକ୍ରି କରି କିପରି ଉଚିତ ମୂଲ୍ୟ ପାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ଜିଲ୍ଲାପାଳ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.