ଭବାନୀପାଟଣା: ଅନଲାଇନ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଶୁକ୍ରବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ।
ଓଡିଶା ସରକାର ରାଜଧାନୀ ଭୁବନେଶ୍ବରରୁ ଟୋକନ ଦେବାକୁ ନିଷ୍ପତ୍ତି ନେବା ପରେ ଚାଷୀକୁ ସମ୍ପୂର୍ଣ୍ଣ ଭାବରେ ଧାନ ବିକ୍ରି ପାଇଁ ଅସୁବିଧା ହେଉଛି । ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ଧାନ ବିକିବା ପାଇଁ ଚାଷୀଙ୍କ ଟୋକନ ଭୁବନେଶ୍ବରରୁ ଅନଲାଇନରେ ମେସେଜ୍ ଆସୁଛି । ଏହି ନିୟମ ଯୋଗୁଁ ଧାନ ବିକ୍ରି ପାଇଁ ଚାଷୀ ଦୀର୍ଘ ଦିନ ଧରି ଅପେକ୍ଷା କରି ରହୁଛନ୍ତି ।
ଶୁକ୍ରବାର ଗୋଲାମୁଣ୍ଡା ମଣ୍ଡିରେ ସ୍ଥାନୀୟ କିଷାନ ସଙ୍ଘ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ଶତାଧିକ ଚାଷୀ ଅନଲାଇନ ଟୋକନ ବ୍ୟବସ୍ଥାକୁ ବିରୋଧ କରିଛନ୍ତି । ଆଗାମୀ ଦିନରେ ଅନଲାଇନ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ପୁରୁଣା ହିସାବରେ ଅଫଲାଇନ ଟୋକନ ନ ଦେଲେ ଆନ୍ଦୋଳନକୁ ତୀବ୍ରତର କରାଯିବା ବୋଲି କିଷାନ ସଙ୍ଘ ଚେତାବନୀ ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ