ଭବାନୀପାଟଣା: ପେଟ୍ରୋଲ ପମ୍ପ ନିକଟରେ ଅଟକି ରହିଥିବା ଏକ ଟ୍ରକରେ ଚକ ଲଗାଉଥିବା ବେଳେ ଆକସ୍ମିକ ଭାବେ ଚକା ଫାଟି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହେଲପରଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଜୁନାଗଡ଼ ଥାନା ଅଞ୍ଚଳର କମଳାକାନ୍ତ ବନ୍ଧିଛୋଡ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଧିଆମାଲ ଠାରେ ଥିବା ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଗାଡି ନମ୍ବର ଓଆର ୧୯ କେ ୯୫୩୯ ଏକ ଟ୍ରକ ଟିର ଟାୟାର ସମସ୍ୟା ହେବା ଫଳରେ ଟ୍ରକଟି ଅଟକି ରହିଥିଲା ।
ହେଲ୍ପର ଜଣକ ଟ୍ରକର ପଛ ଚକ ଖୋଲିକି ଲଗାଉଥିଲେ । ସେହି ସମୟରେ ହଠାତ ଆକସ୍ମିକ ଭାବେ ଟ୍ରକ୍ ଚକ ଫାଟି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ହେଲପରଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
କଳାହାଣ୍ଡି, ଇଟିଭି ଭାରତ