ETV Bharat / state

ଅଧା ରାସ୍ତାରେ ଅଟକି ଗଲା ଆମ୍ବୁଲାନ୍ସ, ଚାଲିଗଲା ବୃଦ୍ଧାଙ୍କ ଜୀବନ - ୧୦୮ ଆମ୍ବୁଲାନ୍ସ

କଳାହାଣ୍ଡି ଜିଲ୍ଲାର ଦେଭୋଗ ଥାନା ଅନ୍ତର୍ଗତ ମୁଙ୍ଗିଆ ଗ୍ରାମରେ ଆମ୍ବଲାନ୍ସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡାକ୍ତରଖାନାରେ ଠିକ ସମୟରେ ପହଞ୍ଚି ନପାରି ଗୁରୁତର ବ୍ୟକ୍ତିଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

old woman died as ambulance stopped
old woman died as ambulance stopped
author img

By

Published : Jun 1, 2023, 8:09 AM IST

ambulance stopped due to technical issue

ଭବାନୀପାଟଣା: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ୧୦୮ ଆମ୍ବୁଲାନ୍ସ । ଗୁରୁତର ରୋଗୀଙ୍କୁ ଠିକ୍ ସମୟରେ ଡାକ୍ତରଖାନା ପହଞ୍ଚାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛି । ହେଲେ ଏହାର ବିକଳ୍ପ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଦେଭୋଗ ଥାନା ଅନ୍ତର୍ଗତ ମୁଙ୍ଗିଆ ଗ୍ରାମରେ । ଆମ୍ବଲାନ୍ସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡାକ୍ତରଖାନାରେ ଠିକ ସମୟରେ ପହଞ୍ଚି ନ ପାରି ଗୁରୁତର ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଦେଭୋଗ ଥାନା ଅନ୍ତର୍ଗତ ମୁଙ୍ଗିଆ ଗ୍ରାମର ଜଣେ ବୃଦ୍ଧା ଟିକେମଣି ନାଏକ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପଡିଯାଇଥିଲେ । ଏନେଇ ତୁରନ୍ତ ତାଙ୍କ ସମ୍ପର୍କୀୟ ବୃଦ୍ଧାଙ୍କୁ ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ପରେ ଡାକ୍ତର ଟିକେମଣିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ କହିଥିଲେ । ସମ୍ପର୍କୀୟମାନେ ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଭିମୁଖେ ବାହାରିଥିଲେ । ହେଲେ ଅଧା ବାଟରେ ଜୁନାଗଡ ହାତୀନଦୀ ପୋଲ ଉପରେ ୧୦୮ ଆମ୍ବୁଲାନ୍ସର ହଠାତ୍‌ ଗୋଟିଏ ଚକାପମ୍ପଚର ହୋଇଯାଇଥିଲା । ଫଳରେ ଚାଳକ ଗାଡି ରଖି ଷ୍ଟେଫନିରେ ଥିବା ଅନ୍ୟ ଏକ ଚକକୁ ଲଗେଇବା ପାଇଁ କାଢିଥିଲେ ।

ହେଲେ ଉକ୍ତ ଚକ ମଧ୍ୟ ପମ୍ପଚର ହୋଇଥିବା ଚାଳକ ଦେଖିବାକୁ ପାଇଥିଲେ । ଏହାକୁ ନେଇ ୧୦୮ କର୍ମଚାରୀ ଅନ୍ୟ ଏକ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଏହାର କେତେ ସମୟ ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଟିକେମଣିଙ୍କୁ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ବାହାରିଥିଲା । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ଟିକେମଣିଙ୍କୁ ମୃତ ଘୋଷଣା କରିଥିଲେ। ଅଧିକ ରକ୍ତଚାପ ଓ ମଧୁମେହ ଯୋଗୁଁ ଟିକେମଣିଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ଠାରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ବିକାଶ ମାନଚିତ୍ରରୁ ଅଦୃଶ୍ୟ କଣାମଞ୍ଜୁର ଗାଁ

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ଅଶୁଭ ଗୁରୁବାର, ଗୋଟିଏ ଦିନରେ ଚାଲିଗଲା ୩ ଜୀବନ

ଅନ୍ୟପଟେ ଠିକ୍ ସମୟରେ ଟିକେମଣି ଡାକ୍ତରଖାନାରେ ପହଞ୍ଚି ନ ପାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଏନେଇ ଜିଲ୍ଲା ଆମ୍ବୁଲାନ୍ସ କ୍ଲଷ୍ଟର ଲିଡର ସନ୍ତୋଷ ସାହୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏନେଇ କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ଏହି ଘଟଣା ପ୍ରତି ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.