ETV Bharat / state

ଆସିଲା ଓଜେଏସ୍‌ ପରୀକ୍ଷା ଫଳ, ୫୫ କୃତକାର୍ଯ୍ୟଙ୍କ ମଧ୍ୟରେ ୩୯ ଝିଅ

OJS results Out: ଓଜେଏସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୯ ଜଣ ଝିଅ ରହିଛନ୍ତି । ସୁଶ୍ରିତା ମିଶ୍ର ଟପ୍ପର ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଝିଅ ରାଣୀ ରଞ୍ଜିତା ପଟ୍ଟନାୟକ ୪ର୍ଥ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ...

author img

By ETV Bharat Odisha Team

Published : Dec 27, 2023, 9:56 PM IST

ଆସିଲା ଓଜେଏସ୍‌ ପରୀକ୍ଷା ଫଳ
ଆସିଲା ଓଜେଏସ୍‌ ପରୀକ୍ଷା ଫଳ
ଆସିଲା ଓଜେଏସ୍‌ ପରୀକ୍ଷା ଫଳ

ଭବାନୀପାଟଣା/କଟକ: ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ୍‌ (ଓଜେଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି । ସବୁଠାରୁ ବଡ଼ କଥା ହେଉଛି ଯେ ଏଥିରେ ପୁଅଙ୍କ ଅପେକ୍ଷା ବେଶ ଆଗରେ ରହି ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି ଝିଅମାନେ । ଓଜେଏସ୍‌ ପରୀକ୍ଷାରେ ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୯ ଜଣ ଝିଅ ରହିଛନ୍ତି । ଏପରିକି ପ୍ରଥମ ୮ଟି ସ୍ଥାନରେ କେବଳ ଝିଅ ରହିଥିବା ଦେଖିବାକୁ ମିଳିଛି । ସୁଶ୍ରିତା ମିଶ୍ର ଟପ୍ପର ହୋଇଥିବାବେଳେ ନୀଲିଶା ପଟ୍ଟନାୟକ ଓ ଅନନ୍ୟା ମିଶ୍ର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ସାରା ଓଡ଼ିଶାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଝିଅ ରାଣୀ ରଞ୍ଜିତା ପଟ୍ଟନାୟକ ୪ର୍ଥ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି ।

ଓଜେଏସ୍‌ ପରୀକ୍ଷା ଫଳରେ ପୁଅଙ୍କ ଅପେକ୍ଷା ଝିଅଙ୍କ କମାଲ ଦେଖିବାକୁ ମିଳଛି । ପ୍ରଥମ ୮ ସ୍ଥାନରେ ଗୋଟିଏ ବି ପୁଅ ସ୍ଥାନ ପାଇନଥିବା ବେଳେ ଏଠାରେ ଝିଅଙ୍କର କବ୍‌ଜା ଦେଖିବାକୁ ମିଳିଛି । ସୁଶ୍ରୀତା ମିଶ୍ର ପ୍ରଥମ ସ୍ଥାନରେ ରହି ଟପ୍ପର ହୋଇଛନ୍ତି । ସେହିଭଳି ନୀଲିଶା ପଟ୍ଟନାୟକ ଓ ଅନନ୍ୟା ମିଶ୍ର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ରାଣୀ ରଞ୍ଜିତା ପଟ୍ଟନାୟକ ୪ର୍ଥ ସ୍ଥାନରେ ରହିଥିବାବେଳେ ଲୋପାମୁଦ୍ରା ଆଚାର୍ଯ୍ୟ ୫ମ ସ୍ଥାନରେ ରହିଛନ୍ତି । ୬ଷ୍ଠ ସ୍ଥାନରେ ହର୍ଷିତା ମିଶ୍ର ଓ ୭ମ ସ୍ଥାନରେ ପ୍ରଜ୍ଞା ସୁମନ ମହାପାତ୍ର ରହିଥିବାବେଳେ ୮ମରେ ରହିଛନ୍ତି ଏସ୍‌ଆର୍‌ ତୋଷାଳି । ଏହାପରେ ୯ମରେ ସତ୍ୟଜିତ ପାଣି ଓ ୧୦ମରେ ରହିଛନ୍ତି ଲଳିତେନ୍ଦୁ ଦେବତା ।

ଏହା ମଧ୍ୟ ପଢ଼ନ୍ତୁ...OAS Result Out: ଓଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଚାଷୀଘର ଝିଅ ସୁଚେତା

ଭବାନୀପାଟଣା ସହର ଶକ୍ତିନଗର ପଡ଼ାର ରଶ୍ମି ରଞ୍ଜନ ପଟ୍ଟନାୟକ ଓ ସନ୍ଧ୍ୟାରଣି ପଟ୍ଟନାୟକ ଙ୍କ ଝିଅ ରାଣୀ ରଞ୍ଜିତା ପଟ୍ଟନାୟକ ଓଜେଏସ୍‌ ପରୀକ୍ଷା ପାଇଁ ଅନେକ ପରିଶ୍ରମ କରିଥିବା ବେଳେ ସେ ଏଥିପାଇଁ ଘରେ ହିଁ ପ୍ରସ୍ତୁତି କରୁଥିଲେ ବୋଲି କହିଛନ୍ତି । ଦିନକୁ ପ୍ରାୟ ୬ ଘଣ୍ଟା ଧରି ପରିଶ୍ରମ କରିଥିବା ବେଳେ ଦ୍ଵିତୀୟ ଥରରେ ସେ ସାରା ରାଜ୍ୟରେ ୪ର୍ଥ ରାଙ୍କ୍‌ ରଖି କୃତିତ୍ତ୍ବ ହାସଲ କରିଛନ୍ତି । ରଞ୍ଜିତା ହେଉଛନ୍ତି ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ଛାତ୍ରୀ । କ୍ୟାରିୟରରେ ଭଲ କରିବା ପାଇଁ ତାଙ୍କ ଉପରେ ପରିବାରର କୌଣସି ପ୍ରକାର ଚାପ ନଥିଲା ବୋଲି କହିଛନ୍ତି ରଞ୍ଜିତା । ସଫଳତା ପାଇଁ ରଞ୍ଜିତା ବାପା, ମାଆ ଓ ତାଙ୍କ ଶିକ୍ଷକ ମାନଙ୍କ ସହ ଇଶ୍ବରଙ୍କୁ ଶ୍ରେୟ ଦେଇଛନ୍ତି । ଆଇନ ସେବାରେ ଯୋଗ ଦେଲେ ତ୍ଵରିତ ନ୍ୟାୟ ପ୍ରଦାନ ତାଙ୍କର ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି । ତେବେ ରଞ୍ଜିତାଙ୍କ ସଫଳତା ଖବର ପାଇବା ପରେ ପରିବାର ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ରାଣୀ ରଞ୍ଜିତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।

ଇଟିଭି ଭାରତ, କଳାହାଣ୍ଡି/କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.