ETV Bharat / state

ଭାଙ୍ଗିଲା ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ, ପ୍ରଥମ ପାଣିରେ ଭାସିଗଲା କଂକ୍ରିଟ କେନାଲ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନାଲ ନିର୍ମାଣ ହୋଇ ଉଦଘାଟନ ହେଲା । ଉଦଘାଟନର ଏକ ବର୍ଷ ନପୁରୁଣୁ କେନାଲରେ ଛଡାଯାଇଥିବା ପ୍ରଥମ ପାଣିରେ ଭାଙ୍ଗିଯାଇଛି କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଥିବା କେନାଲ ଆଡିବନ୍ଧ । ଯାହା ନିମ୍ନ ମାନର କାମ ଓ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

Odisha govt dream project canal broken in Kokrsora of Kalahandi during first phase water
ଭାଙ୍ଗିଲା ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ, ପ୍ରଥମ ପାଣିରେ ଭାସିଗଲା କଂକ୍ରିଟ କେନାଲ
author img

By

Published : Aug 7, 2021, 4:24 PM IST

ଭବାନୀପାଟଣା: ପ୍ରଥମ ପାଣିରେ ଭାସିଗଲା କଂକ୍ରିଟ କେନାଲ । ବର୍ଷର ପ୍ରଥମ ପାଣିରେ ଉଦଘାଟନ ହୋଇ ବର୍ଷେ ମଧ୍ୟ ହୋଇନାହିଁ କିନ୍ତୁ ଭାଙ୍ଗିଗଲା କେନାଲ । କେନାଲ ଭାଙ୍ଗିଯିବା ଫଳରେ ଲୋକଙ୍କ ଜମିରେ ପଶିଯାଇଛି ମାଟି । ଶହ ଶହ କୋଟି ଟଙ୍କା ଖର୍ଚ୍ଚରେ କରାଯାଇଛି କେନାଲ କାମ । ଏଥିପାଇଁ ଭାଙ୍ଗିବା ପାଇଁ କିଏ ରହିବ ଉତ୍ତରଦାୟୀ ?

ଭାଙ୍ଗିଲା ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ, ପ୍ରଥମ ପାଣିରେ ଭାସିଗଲା କଂକ୍ରିଟ କେନାଲ

କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି କଳାହାଣ୍ଡି କୋକସରା ବେହେରା ମଝି କେନାଲ । ଚଳିତ ବର୍ଷର ପ୍ରଥମ ପାଣିରେ ଭାଙ୍ଗି ଏମିତି ଘାଇ ସୃଷ୍ଟି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର କିଛିଦିନ ତଳେ ଏଇ କେନାଲରେ ପାଣି ଛଡ଼ାଯାଇଥିଲା । ହେଲେ କେନାଲର ଉଭୟ ପାର୍ଶ୍ଵ କଂକ୍ରିଟ ହୋଇଥିବାବେଳେ ବନ୍ଧ ଭାଙ୍ଗି ୨୦ ଫୁଟର ଘାଇ ସୃଷ୍ଟି ହେବା କାମର ମାନକୁ ନେଇ ସନ୍ଦେହ ସୃଷ୍ଟି କରିଛି। ବନ୍ଧ ଭାଙ୍ଗିଯିବା ପରେ ଜରୁରୀକାଳୀନ ଭିତିରେ ମରାମତି କରାଯାଇଛି । ମାଟି ପକାଇ ଘାଇ ପୋତା ଯିବା ସହ କଡରେ ବାଲି ବସ୍ତା ମଧ୍ୟ ଦିଆଯାଇଛି । ଯେଉଁଠି କେନାଲରେ ପାଣି ଆସୁ ଆସୁ କଂକ୍ରିଟ ନିର୍ମାଣ ଭୁଶୁଡି ଯାଉଛି ସେଠି ବାଲି ବସ୍ତା ଦମ୍ଭ ଧରିବତ ? ପାଣିଗଲା ବେଳକୁ ପୁଣି ଥରେ ଘାଇ ସୃଷ୍ଟି ହେବ ନାହିଁ ବୋଲି କିଏ ଦେବ ଗ୍ୟାରେଣ୍ଟି ?

ତେବେ ନିମ୍ନ ମାନର କାମ ଅଭିଯୋଗକୁ ଖଣ୍ଡନ କରି ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଉଚ୍ଚ ଅଧିକାରୀଙ୍କ ଅନୁଧ୍ୟାନ ପରେ ପାଣି ଛଡ଼ାଯାଇଥିଲା। ଏବେ ପ୍ରଶ୍ନ ଉଠୁଛି ଯେଉଁ ଅଧିକାରୀ କାମ ଠିକ ଅଛି ବୋଲି ସାର୍ଟିଫିକେଟ ଦେଇଥିଲେ ସେ ଏଥିପାଇଁ ଦାୟୀ ରହିବେ କି ? ଗତ ୨୦୧୩ ରେ ପ୍ରକଳ୍ପ ଶିଳାନ୍ୟାସ ହୋଇଥିଲା ୨୦୧୫ରେ ଏଲଏଣ୍ଡଟିକୁ କାମ ଦିଆଗଲା । ୨୦୨୧ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଏହାର ଉଦଘାଟନ ହୋଇଥିଲା। କଳାହାଣ୍ଡିକୁ ଭାତହାଣ୍ଡିରେ ପରିଣତ କରିଦେଲୁ ବୋଲି ଶାସକ ଦଳ ଡିଣ୍ଡିମ ପିଟିଲେ । କିନ୍ତୁ କେନାଲ ନିର୍ମାଣ ହୋଇ ୭ ମାସ ମଧ୍ୟ ନପୁରୁଣୁ କେନାଲ ଭୁଶୁଡି ପଡିଛି । ଯାହା ପ୍ରମାଣିତ କରୁଛି ଯେ କାମ ନିମ୍ନ ମାନର ଥିଲା ଏବଂ ଉଚ୍ଚପଦସ୍ତ ଅଧିକାରୀ ସଠିକ ତଦାରଖ କରିନଥିଲେ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.