ETV Bharat / state

ଆଲବମ ‘ଚାଲ ବୁଲିଯିମା କଳାହାଣ୍ଡି କେ’...ଉନ୍ମୋଚନ - ଆଲବମ ‘ଚାଲ ବୁଲିଯିମା କଳାହାଣ୍ଡି କେ’...ଉନ୍ମୋଚନ

କଳାହାଣ୍ଡିର କଳା ସଂସ୍କୃତି, ଐତିହ୍ୟ ପରମ୍ପରା,ଆଦିବାସୀ ଚଳଣିକୁ ଭିତ୍ତି କରି ସଂଗୀତ ନିର୍ଦ୍ଦେଶକ ସତ୍ୟବ୍ରତ ଦାଶ ଏକ ଭିଡ଼ିଓ ଆଲବମ ‘ଚାଲ ବୁଲିଯିମା କଳାହାଣ୍ଡିକେ...’ ପ୍ରସ୍ତୁତି କରିଛନ୍ତି । ଅଧିକ ପଢନ୍ତୁ...

odia-album-song-chal bulijiba kalahandi ke-released-in-kalahandi
ଆଲବମ ‘ଚାଲ ବୁଲିଯିମା କଳାହାଣ୍ଡି କେ’...ଉନ୍ମୋଚନ
author img

By

Published : Nov 24, 2020, 6:40 PM IST

ଭବାନୀପାଟଣା: କଳାହାଣ୍ଡିର କଳା ସଂସ୍କୃତି, ଐତିହ୍ୟ ପରମ୍ପରା, ଦେବାଦେବୀ, ପର୍ଯ୍ୟଟନ ସ୍ଥଳୀ, ଆଦିବାସୀ ଚଳଣିକୁ ଭିତ୍ତି କରି ଓଡିଶାର ଯୁବ ଲେଖକ ଓ ସଂଗୀତ ନିର୍ଦ୍ଦେଶକ ସତ୍ୟବ୍ରତ ଦାଶ ଏକ ଭିଡ଼ିଓ ଆଲବମ ‘ଚାଲ ବୁଲିଯିମା କଳାହାଣ୍ଡିକେ...’ ପ୍ରସ୍ତୁତି କରି ନୂତନ ଇତିହାସ ସୃଷ୍ଟି କରିଛନ୍ତି ।

ଆଲବମ ‘ଚାଲ ବୁଲିଯିମା କଳାହାଣ୍ଡି କେ’...ଉନ୍ମୋଚନ
ସମାଜସେବୀ ସଚ୍ଚିଦାନନ୍ଦ ମହାକୁଡ଼ଙ୍କ ପ୍ରଯୋଜନାରେ ନିର୍ମିତ ଏହି ଆଲବମର ଉନ୍ମୋଚନ ଉତ୍ସବରେ ଓଡିଶା ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଏହି ପରିକଳ୍ପନାକୁ ପ୍ରଶଂସା କରିଥିଲେ ।

ଉତ୍ସବରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ନାଟ୍ୟକାର ତଥା ଲେଖକ ଡ଼ଃ. ଉମେଶ ଚନ୍ଦ୍ର ଶତପଥି ଯୋଗଦେଇଥିବା ବେଳେ ଗୀତରେ ଯଯାତି କେଶରୀ ନାୟକ କଣ୍ଠଦାନ କରିଛନ୍ତି । ଏଥିସହିତ ଏହି ଗୀତ ଏସ. ରାକେଶ ନୃତ୍ୟ ନିର୍ଦ୍ଦେଶନା ଦେଇଥିବାବେଳେ ମଧୁସୂଦନ ପଣ୍ଡା ଚିତ୍ର ସଂଗ୍ରହ ଗ୍ରହଣ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.