ETV Bharat / state

ମା' ମାଣିକେଶ୍ୱରୀଙ୍କ ଠାରେ ଲାଗିହେଲା ନବାନ୍ନ, ନାଚଗୀତରେ ମସଗୁଲ ଗଡ଼ଜାତବାସୀ

author img

By

Published : Sep 5, 2022, 12:38 PM IST

ମା' ମାଣିକେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ମନ୍ଦିରରୁ ଭୋଗ ନେଇ ଘରେ ଘରେ ପରିବାର ଗହଣରେ ନୂଆଁଖାଇ ପାଳୁଛନ୍ତି ସମଗ୍ର ଗଡ଼ଜାତ ଅଞ୍ଚଳବାସୀ । ଅଧିକ ପଢନ୍ତୁ

ମା' ମାଣିକେଶ୍ୱରୀଙ୍କ ଠାରେ ଲାଗିହେଲା ନବାନ୍ନ, ନାଚଗୀତରେ ମସଗୁଲ ଗଡ଼ଜାତବାସୀ
ମା' ମାଣିକେଶ୍ୱରୀଙ୍କ ଠାରେ ଲାଗିହେଲା ନବାନ୍ନ, ନାଚଗୀତରେ ମସଗୁଲ ଗଡ଼ଜାତବାସୀ

ଭବାନୀପାଟଣା: ପଶ୍ଚିମ ଓଡିଶାର ବଡ଼ପର୍ବ ନୂଆଁଖାଇ (Nuakhai 2022) । ଚଳିତ ବର୍ଷ ଚାରିଆଡ଼େ ବେଶ ଧୁମଧାମରେ ନୂଆଁଖାଇ ପାଳନ ହୋଇଛି । ଆଜି(ସୋମବାର) କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ଏହାପରେ ଜିଲ୍ଲାର ଗଡଜାତ ଅଞ୍ଚଳ(Nuakhai Celebrates in Gadajata Area Kalahandi) ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଓ ମା’ଙ୍କ ମୂଳ ପୀଠ ଥୁଆମୂଳ ରାମପୁରରେ ଆଜି ପାଳିତ ହେଉଛି ଗଣପର୍ବ ନୂଆଁଖାଇ ।

ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୯ଟା ୧୫ ମିନିଟରୁ ୧୦ ଟା ମଧ୍ୟରେ ବିଧି ବିଧାନ ଅନୁଯାୟୀ ମା’ ଙ୍କ ନିକଟରେ ନବାନ୍ନ ଲାଗିବା ପରେ ସକାଳ ୧୦ ଟାରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଦ୍ୱାର ଖୋଲା ହୋଇଥିଲା । ମନ୍ଦିର ଖୋଲିବା ପରେ ମା'ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହପେର ମନ୍ଦିରରୁ ଭୋଗ ନେଇ ଘରେ ଘରେ ପରିବାର ଗହଣରେ ନୂଆଁଖାଇ ପାଳୁଛନ୍ତି ସମଗ୍ର ଗଡ଼ଜାତ ଅଞ୍ଚଳବାସୀ । ଏହା ପରେ ଆରମ୍ଭ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ।

ଏହା ମଧ୍ୟ ପଢନ୍ତ-ଭଶାଣି ପ୍ରସ୍ତୁତି ବେଳେ ଆକ୍ରମଣ କଲେ ମହୁମାଛି, 5 ଛାତ୍ର ଗୁରୁତର

ଜିଲ୍ଲାରେ ପ୍ରଥମେ ସପ୍ତପୁରୀ ଅମାବାସ୍ୟା ପରଦିନ ଜିଲ୍ଲାର କେସିଙ୍ଗା ବ୍ଲକ ପଥର୍ଲା, ବାହାଦୂର ପଦର ପଲସାପଡା ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ବ ଲୋକେ ନୂଆ ଖାଇଥାନ୍ତି । ପରେ ପରେ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଁଖାଇ ପାଳନ ହୋଇଥାଏ । ଆଜି ଦଶମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବେରୀଙ୍କ ନିକଟରେ ନବାନ୍ନ ହୋଇ ଗଡ଼ଜାତ ଅଞ୍ଚଳରେ ପାଳିତ ହୋଇଛି ନୂଆଁଖାଇ ।

ନୂଆଁଖାଇ ଏକ ପାରମ୍ପରିକ ପର୍ବ ନୁହେଁ ବରଂ ଭ୍ରାତୃତ୍ବ ଓ ଏକତାର ପର୍ବ । ଯିଏ ଯେଉଁଠି ଥାଉ ନା କାହିଁକି ନୂଆଁଖାଇରେ ସମସ୍ତେ ଘରକୁ ଫେରିଥାନ୍ତି । ମୁଖ୍ୟତଃ ନୂଆଁଖାଇ ପର୍ବ ଏକ ପଶ୍ଚିମ ଓଡିଶାର ଆଦିବାସୀ ପର୍ବ ବୋଲି କୁହାଯାଏ । ଏବା ବହୁ ପୁରୁଣା ପରମ୍ପରା ବୋଲି ଇତିହାସକାର କୁହନ୍ତି । ଦୀର୍ଘ ୨ ବର୍ଷ ପରେ ନୂଆଁଖାଇକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ପଶ୍ଚିମ ଓଡିଶାବାସୀ ।

କଳାହାଣ୍ଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.