ETV Bharat / state

ସ୍ବାଧୀନତାକୁ ବିତିଲାଣି ଅନେକ ବର୍ଷ, ବିକାଶର ସୂର୍ଯ୍ୟ ଦେଖିନାହାନ୍ତି ଦୁଣ୍ଡା ଗ୍ରାମବାସୀ - ଦୁଣ୍ଡା ଗ୍ରାମବାସୀଙ୍କ ସମସ୍ୟା

କଳାହାଣ୍ଡି ଜୁନାଗଡ଼ ବ୍ଲକର ଅନୁନ୍ନତ ଗାଁ ଦୁଣ୍ଡା । ଏଠାରେ କେବଳ ନିର୍ବାଚନ ବେଳେ ନେତା ମନ୍ତ୍ରୀଙ୍କ ପାଦ ପଡୁଥିବା ବେଳେ ନିର୍ବାଚନ ସରିଲେ ୫ ବର୍ଷ ପର୍ଯ୍ୟନ୍ତ କାହାର ଦେଖାନଥାଏ । ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ସ୍ବାଧୀନତାକୁ ବିତିଲାଣି ଅନେକ ବର୍ଷ, ବିକାଶର ସୂର୍ଯ୍ୟ ଦେଖିନାହାନ୍ତି ଦୁଣ୍ଡା ଗ୍ରାମବାସୀ

author img

By

Published : Jan 28, 2022, 6:39 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ପଞ୍ଚାୟତର ଦୁଣ୍ଡା ଗାଁ । ସ୍ବାଧୀନତାକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରାମବାସୀ ବିକାଶର ସୂର୍ଯ୍ୟ ଦେଖିନାହାନ୍ତି । କେବଳ ଭୋଟ ଆସିଲେ ଏହି ଗାଁରେ ନେତା ମନ୍ତ୍ରୀଙ୍କ ପାଦ ପଡୁଥିବା ବେଳେ ନିର୍ବାଚନ ଶେଷ ହେବା ପରେ ୫ ବର୍ଷ ପର୍ଯ୍ୟନ୍ତ କାହାର ଦେଖାନଥାଏ ବୋଲି ଅଭିଯୋଗ କରିଛନ୍ତି ଏଠାକାର ବାସିନ୍ଦା ।

ସ୍ବାଧୀନତାକୁ ବିତିଲାଣି ଅନେକ ବର୍ଷ, ବିକାଶର ସୂର୍ଯ୍ୟ ଦେଖିନାହାନ୍ତି ଦୁଣ୍ଡା ଗ୍ରାମବାସୀ

ଉପର ଦୁଣ୍ଡା ଓ ତଳ ଦୁଣ୍ଡା ଗାଁରେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ୫୦୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି । ଗ୍ରାମବାସୀ ପଞ୍ଚାୟତକୁ ଆସିବାକୁ ହେଲେ ୧୬ କିମି ଯାତ୍ରା କରିବାକୁ ପଡ଼େ । ସେହିଭଳି ଜୁନାଗଡ଼ ବ୍ଲକକୁ ଆସିବାକୁ ହେଲେ ୨୬ କିମି ଯିବାକୁ ପଡେ। ରାସ୍ତା ନ ଥିବା ଯୋଗୁଁ ଲୋକେ ପାହାଡ଼ ଚଢି ଯାତାୟାତ କରିଥାନ୍ତି । ସେ ଟଙ୍କିକିଆ ଚାଉଳ ହେଉ ଅବା ଭତ୍ତା ପାଇଁ ବୃଦ୍ଧ ବୃଦ୍ଧା ମାନେ ପାହାଡ଼ ଚଢି ଅତି ଦୟନୀୟ ଅବସ୍ଥାରେ ଯିବା ଆସିବା କରିଥାନ୍ତି ।

ଏହା ବି ପଢନ୍ତୁ: Panchayat Polls: ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ପଞ୍ଚାୟତ ପ୍ରତିନିଧି

କୌଣସି ରୋଗାଗ୍ରସ୍ତ ଲୋକ, ଗର୍ଭବତୀ କିମ୍ବା ପ୍ରସୂତୀକୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ଥୁଆମୂଳ ରାମପୁର ଅଞ୍ଚଳର କିଆପଦର ଦେଇ ୩୭ କିମି ଭବାନୀପାଟଣା ଡାକ୍ତରଖାନାକୁ ନେଇଥାନ୍ତି । ଗାଁରେ ୨ଟି ନଳକୂପ ଓ ଗୋଟିଏ ସୋଲାର ପମ୍ପ ଥିବା ବେଳେ ଗୋଟିଏ ନଳକୂପ ଓ ସୋଲାର ପମ୍ପ ଖରାପ ହୋଇପଡି଼ଛି । ଫଳରେ ଲୋକେ ନାଳର ଦୂଷିତ ପାଣି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଅନେକ ଲୋକ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ଗୋଟିଏ ବର୍ଷରେ ୧୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ୩୦ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ଥିବା ଅଭିଯୋଗ ହୋଇଛି । ମୋବାଇଲ ନେଟୱର୍କ କଥା ନକହିବା ଭଲ । ଛାତ୍ରଛାତ୍ରୀ ଅନଲାଇନ ପାଠ ପଢିବା ପାଇଁ ପାହାଡ଼ ଉପରକୁ ଯାଇଥାନ୍ତି । ଯେଉଁ ଠାରେ ନିଟୱାର୍କ ଆସେ ସେଠାରେ ବସି ପାଠ ପଢ଼ିଥାନ୍ତି । କୌଣସି ଜରୁରୀକାଳୀନ ସେବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି ଏଠାକାର ଗ୍ରାମବାସୀ ।

ଆଉ ଗାଁକୁ ଦେଖିଲେ ମନେ ହେଉଛି ରାଜ୍ୟ ସରକାରଙ୍କ ବିକାଶ କେବଳ କାନ୍ଥବାଡ଼ରେ ସୀମିତ ରହିଯାଇଛି । ଦୁଣ୍ଡାବାସୀ ସରଳ ହୋଇଥିବାରୁ ସରକାର ଓ ପ୍ରଶାସନ ଏମାନଙ୍କୁ ଅବହେଳା କରି ଆସୁଛନ୍ତି । କେବେ ଦୁଣ୍ଡା ଗ୍ରାମବାସୀ ବିକାଶର ସୂର୍ଯ୍ୟ ଦେଖି ପାରିବେ ତାହା ସମୟ ହିଁ କହିବ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.