ETV Bharat / state

ଶ୍ରାବଣ ପ୍ରଥମ ସୋମବାର; ଭକ୍ତଙ୍କ ବିନା ଖାଁ ଖାଁ ଶୈବପୀଠ - ଶ୍ରାବଣ ମାସ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ହଜାର ହଜାର କାଉଡିଆଙ୍କ ମେଳରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଳେଶ୍ବର ମନ୍ଦିର ଭକ୍ତମୟ ହେଉଥିବାବେଳେ ଚଳିତ ବର୍ଷ ଖାଁ ଖାଁ ହୋଇଛି । ଅଧିକ ପଢନ୍ତୁ...

ଭକ୍ତଙ୍କ ବିନା ଖାଁ ଖାଁ ଶୈବପୀଠ
ଭକ୍ତଙ୍କ ବିନା ଖାଁ ଖାଁ ଶୈବପୀଠ
author img

By

Published : Jul 26, 2021, 2:41 PM IST

ଭବାନୀପାଟଣା: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଭୋଳାବାବାଙ୍କ ଭକ୍ତଙ୍କ ପାଇଁ ଆଜି ଦିନର ମହତ୍ତ୍ବ ଢେର ଅଧିକ । ସବୁ ବର୍ଷ ମହାଦେବଙ୍କୁ ଜଳ ଲାଗି କରିଥାନ୍ତି କାଉଡିଆ । ଦେଲେ ଦୁଇ ବର୍ଷ ହେବେ ଭକ୍ତ ଓ ଭଗବାନ ମଧ୍ୟରେ ପାଚେରୀ ସାଜିଛି ମହାମାରୀ କୋରୋନା । ହଜାର ହଜାର କାଉଡିଆଙ୍କ ମେଳରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଳେଶ୍ବର ମନ୍ଦିର ଭକ୍ତମୟ ହେଉଥିବାବେଳେ ଚଳିତ ବର୍ଷ ଖାଁ ଖାଁ ହୋଇଛି ।

ଭକ୍ତଙ୍କ ବିନା ଖାଁ ଖାଁ ଶୈବପୀଠ

କୋରୋନାକୁ ଦୃଷ୍ଟିରେ କାଉଡିଆଙ୍କ ଯାତ୍ରରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ଭବାନୀପାଟଣା ସହରର ଜଳେଶ୍ବର ମନ୍ଦିର, ଭଣ୍ଡେଶ୍ବର ମନ୍ଦିର ସମେତ ଜିଲ୍ଲାର ଅନେକ ମନ୍ଦିରରେ ଭକ୍ତଙ୍କ ଦେଖାନାହିଁ । କାଁ ଭାଁ ଭକ୍ତ ଆସୁଥିବା ବେଳେ ମନ୍ଦିର ବାହାରେ ନିଜର ପୂଜାର୍ଚ୍ଚନା କରି ଫେରୁଛନ୍ତି । କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶିବାଳୟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଶ୍ରାବଣ ମାସରେ ନୀଳକଣ୍ଠଙ୍କ ଜଳଲାଗି ଉତ୍ସବ ପାଳନ କରାଯାଏ । ଏହି ଯାତ୍ରା ପାଇଁ ଦେଶର ବିଭିନ୍ନ ଶୈବପୀଠରେ ଏହି ଉତ୍ସବ ପାଳନ କରାଯାଇଥାଏ । ବିଶ୍ବାସ ରହିଛି ଶ୍ରାବନ ସୋମବାର ମହାଦେବଙ୍କ ଜଳଲାଗି କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ପଥ ଅତିକ୍ରମ କରି ଶୈବପୀଠରେ ଭୋଳାନାଥଙ୍କୁ ଜଳ ଲାଗି କରିଥାନ୍ତି । ହେଲେ ଦୁଇ ବର୍ଷ ହେବ ଏଥିରୁ ବଞ୍ଚିତ ହୋଇଛନ୍ତି ଭୋଳାଙ୍କ ଭକ୍ତ । ତେବେ କେବେ କୋରୋନା କୋପ କମୁଛି ଆଉ ପୂର୍ବ ପରି ଭକ୍ତ ଓ ଭଗବାନଙ୍କ ମିଳନ ହେଉଛି ତାକୁ ଅପେକ୍ଷା କରିଛି ଭକ୍ତ ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.