ETV Bharat / state

ପ୍ରକୃତି ଓ ସମ୍ବିଧାନ ସୁରକ୍ଷା ପାଇଁ ନିୟମଗିରି ସୁରକ୍ଷା ସମିତିର ପଦଯାତ୍ରା

ପ୍ରକୃତି ଓ ସମ୍ବିଧାନ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ନିୟମଗିରି ସୁରକ୍ଷା ସମିତି ପଦଯାତ୍ରା ଆଜି ଶେଷ ହୋଇଛି । ଦୀର୍ଘ ୩୦୦ କିମିର ଏହି ପଦଯାତ୍ରା ଆଜି କଳାହାଣ୍ଡି ଜିଲ୍ଲାରେ ଶେଷ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Oct 19, 2022, 8:52 PM IST

Niyamgiri Suraksha Samiti Padayatra for safeguard of nature and constitution
ପ୍ରକୃତି ଓ ସମ୍ବିଧାନ ସୁରକ୍ଷା ପାଇଁ ନିୟମଗିରି ସୁରକ୍ଷା ସମିତିର ପଦଯାତ୍ରା

ଭବାନୀପାଟଣା: ପ୍ରକୃତି ଓ ସମ୍ବିଧାନ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ନିୟମଗିରି ସୁରକ୍ଷା ସମିତି ପଦଯାତ୍ରା ଆଜି ଶେଷ ହୋଇଛି । ଗତ ଅକ୍ଟୋବର ୧୫ ତାରିଖରେ ରାୟଗଡ଼ା ଜିଲ୍ଲା ମୁନିଖୋଲ ଗ୍ରାମପଞ୍ଚାୟତରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା । ଦୀର୍ଘ ୩୦୦ କିମିର ଏହି ପଦଯାତ୍ରା ଆଜି କଳାହାଣ୍ଡି ଜିଲ୍ଲାରେ ଶେଷ ହୋଇଛି ।

ମଙ୍ଗଳବାର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ନିୟମଗିରି ସୁରକ୍ଷା ସମିତି ପଦଯାତ୍ରା ପହଞ୍ଚିବା ପରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜନେତା ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେଇ ଏହାର ଅପବ୍ୟବହାର କରୁଛନ୍ତି । ବେଲଗାମ ଭାବରେ ଦରଦାମ ବୃଦ୍ଧି ପାଉଛି । ବେକାରି ସମସ୍ୟା, ଯୁବବର୍ଗଙ୍କୁ ନିଯୁକ୍ତି ମିଳୁନି ଫଳରେ ଏହାର ସିଧା ପ୍ରଭାବ ଲୋକଙ୍କ ଜୀବନ ଜୀବିକା ଉପରେ ପଡ଼ିଥିବା ଅଭିଯୋଗ କରିଛି ନିୟମଗିରି ସୁରକ୍ଷା ସମିତି ।

ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ସ୍ଵପ୍ନକୁ ଅପ ବ୍ୟବହାର ହେବା ପ୍ରତିବାଦରେ ଏବଂ ନଫରତ ଛାଡ଼, ସମ୍ବିଧାନ ବଞ୍ଚାଅ, ଏକତା, ସମାନତା,ସ୍ବତନ୍ତ୍ରତା ଓ ନ୍ୟାୟ ପାଇଁ ସଚେତନତା ବାର୍ତା ସହ ସରକାର ପ୍ରକୃତି କୁ ବଡ଼ ବଡ଼ କମ୍ପାନୀ ହାତରେ ଟେକି ଦେଉଥିବା ଅଭିଯୋଗ ନେଇ ଏହି ପଦଯାତ୍ରା କରାଯାଇଥିଲା ।

ଏହାକୁ ନେଇ ନିୟମଗିରି ସୁରକ୍ଷା ସମିତି ଆବାହକ ଲିଙ୍ଗରାଜ ଆଜାଦ କହିଛନ୍ତି, "ରାଜନେତା ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେଇ ଏହାର ଅପବ୍ୟବହାର କରୁଛନ୍ତି । ବେଲଗାମ ଭାବରେ ଦରଦାମ ବୃଦ୍ଧି ପାଉଛି । ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ନିୟମର ଅପବ୍ୟବହାର ବିରୋଧରେ ଏହା ପ୍ରତିବାଦ । ଏଣୁ ରାଜନେତାଙ୍କୁ ଘୃଣା ଛାଡ଼ି ସମ୍ବିଧାନ ବଞ୍ଚାଇବାକୁ ଏହି ପଦଯାତ୍ରା ମାଧ୍ୟମରେ ଆହ୍ବାନ ଦିଆଯାଇଛି ।"

ଭବାନୀପାଟଣାରେ ଆୟୋଜିତ ବୈଠକରେ ନିୟମଗିରି ସୁରକ୍ଷା ସମିତି ସଦସ୍ୟଙ୍କ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଯେଉଁ ରାଜନେତା ଲୋକଙ୍କ କାମରେ ଆସୁନାହାନ୍ତି ସେମାନଙ୍କୁ ଗାଦି ଖାଲି କରିବାକୁ ଚେତାଇ ଦିଆଯାଇଛି । ଆୟୋଜିତ ପଦଯାତ୍ରାରେ ନିୟମଗିରି ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.