ETV Bharat / state

ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ସଞ୍ଜୀବ କୁମାରଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ଡି ଗସ୍ତରେ ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ଅଧିକାରୀ ସଞ୍ଜୀବ କୁମାର । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା । ଅଧିକ ପଢନ୍ତୁ

author img

By

Published : Apr 23, 2022, 9:27 PM IST

Updated : Apr 23, 2022, 11:03 PM IST

ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ସଞ୍ଜୀବ କୁମାରଙ୍କ କଳାହାଣ୍ଡି ଗସ୍ତ
ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ସଞ୍ଜୀବ କୁମାରଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା: ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ଅଧିକାରୀ ସଞ୍ଜୀବ କୁମାର କଳାହାଣ୍ଡି ଗସ୍ତ କରି ଆକାଂକ୍ଷୀ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି । କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୋମେଶ ଉପାଧ୍ୟାୟ, ଉପଜିଲ୍ଲାପାଳ ଡ. ବିଶ୍ୱଜିତ୍ ଦାସ, ଧର୍ମଗଡ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ବୈଠକରେ କେନ୍ଦ୍ର ପ୍ରଭାରୀ ସଞ୍ଜୀବ କୁମାର ଜିଲ୍ଲାର କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ସ୍କିଲ ଉନ୍ନତିକରଣ, ଭିତ୍ତିଭୂମି ବିକାଶ, କ୍ଷୁଦ୍ର ଜଳସେଚନ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହିତ ଅନେକ କେନ୍ଦ୍ରୀୟ ଯୋଜନାରେ କଳାହାଣ୍ଡି ଜିଲ୍ଲାର ଅଗ୍ରଗତି, ସର୍ବ ଭାରତୀୟସ୍ତରରେ ରାଙ୍କିଂ ହାସଲ କରିଥିବା ମାପଦଣ୍ଡକୁ ସମୀକ୍ଷା କରିଥିଲେ । ବୈଠକରେ ସଞ୍ଜୀବ କୁମାର ଜିଲ୍ଲାର ଧାନ ଓ କପା ଉତ୍ପାଦନରେ ଉଚ୍ଚ ଲକ୍ଷ୍ୟ ହାସଲ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତିକରଣ, ଜଳ ସେଚନ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶରେ ସନ୍ତୋଷ ପ୍ରକାଶ କରିଥିଲେ ।

ଏହା ସହିତ କେନ୍ଦ୍ର ପ୍ରଭାରୀ ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟକାରିତା, ସ୍ବାସ୍ଥ୍ୟ କେନ୍ଦ୍ର, ଗର୍ଭବତୀ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ, ଶିଶୁ ଟୀକାକରଣ, ମହିଳା ସାକ୍ଷରତା, ବିଦ୍ୟାଳୟଗୁଡିକରେ ଶୌଚାଳୟ, ବିଦ୍ୟୁତିକରଣ, ପାଠ୍ୟ ପୁସ୍ତକ ଯୋଗାଣ, ଛାତ୍ର ଏବଂ ଶିକ୍ଷକ ଅନୁପାତ, ବ୍ୟାଙ୍କ୍ କୃଷିଋଣ, ଦକ୍ଷତା ବିକାଶ ତାଲିମ, ଲୋକଙ୍କୁ ଇଣ୍ଟରନେଟ୍ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାରେ ଜିଲ୍ଲାର ସ୍ଥିତିକୁ ଅନୁଧ୍ୟାନ କରିଥିଲେ ।

ସୂଚନା ଅନୁଯାୟୀ, ସମଗ୍ର ଭାରତ ବର୍ଷରେ ୧୧୨ଟି ପଛୁଆ ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି ଏବଂ ଓଡ଼ିଶାର ୧୦ଟି ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲା ଅନ୍ୟତମ । ସମୀକ୍ଷା ବୈଠକ ପୂର୍ବରୁ ନୀତି ଆୟୋଗ ପ୍ରଭାରୀ କ୍ଷେତ୍ର ପରିଦର୍ଶନରେ ବୋର୍ଡ ସ୍ବାସ୍ଥ୍ୟ କେନ୍ଦ୍ର, ବୋର୍ ଭଟାସ୍ଥିତ ନିର୍ମାଣାଧୀନ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟ, କାମଠଣାରେ ସ୍ବାସ୍ଥ୍ୟ ମେଳା ଓ ୱେଲନେସ କେନ୍ଦ୍ର, ମାଣିକେଶ୍ଵରୀ ହାଇସ୍କୁଲ ରୁପାନ୍ତିକରଣ, କଲେଜ ଛକସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର, କେସିଙ୍ଗା ରୋଡ଼ସ୍ଥିତ ସରକାରୀ ପଲିଟେକନିକ୍ ସ୍କୁଲ୍ ଗସ୍ତ କରିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Apr 23, 2022, 11:03 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.