ETV Bharat / state

ପୂର୍ତ୍ତ ବିଭାଗର ଖାମଖିଆଲି କାମ ! ଧୋଇଗଲା ଆପ୍ରୋଚ ରାସ୍ତା, ଯାତାୟତ ଠପ୍ - ଲଗାଣ ବର୍ଷାରେ ଧସିଲା ଆପ୍ରୋଚ ରୋଡ

ପୂର୍ତ୍ତ ବିଭାଗ ଦ୍ବାରା ରାସ୍ତା ମରାମତି ପରେ ବି ଧାେଇ ହେଇଗଲା ରାସ୍ତା । ବିଚ୍ଛିନ୍ନ ହୋଇଗଲା ଯାତାୟତର ସଂଯୋଗ । ଲଗାଣ ବର୍ଷାରେ ଧସି ଗଲା ଆପ୍ରୋଚ ରୋଡ୍ । ଅଧିକ ପଢ଼ନ୍ତୁ

ପୂର୍ତ୍ତ ବିଭାଗର ଖାମଖିଆଲି କାମ ଯୋଗୁଁ ଧୋଇଗଲା ଆପ୍ରୋଚ ରାସ୍ତା, ଯାତାୟତ ଠପ୍

author img

By

Published : Jul 23, 2022, 10:10 PM IST

ଭବାନୀପାଟଣା : ପଦାରେ ପଡ଼ିଲା ପୂର୍ତ୍ତ ବିଭାଗର କାର୍ଯ୍ୟ କଳାପ । ଗତ ୪ଦିନ ତଳେ ତିଆରି କରିଥିବା ରାସ୍ତାଟି ଲଗାଣ ବର୍ଷାରେ ଭାଙ୍ଗି ଯାଇଛି । ଫଳରେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ଏହାକୁ ନେଇ ପୂର୍ତ୍ତ ବିଭାଗର କାର୍ଯ୍ୟକଳାପ ଉପରେ ଆଙ୍ଗୁଳି ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଧର୍ମଗଡ଼ ଜାତୀୟ ରାଜପଥ (୧୩୦ସି) ବଡ଼ବସୁଲ ନିକଟରେ ।

ପୂର୍ତ୍ତ ବିଭାଗର ଖାମଖିଆଲି କାମ ଯୋଗୁଁ ଧୋଇଗଲା ଆପ୍ରୋଚ ରାସ୍ତା, ଯାତାୟତ ଠପ୍

ସୂଚନାନୁସାରେ ଜିଲ୍ଲାରେ କିଛିଦିନ ହେବ ଲାଗି ରହିଛି ଲଗାଣ ବର୍ଷା । ଯାହାକୁ ନେଇ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ । ତେବେ ଏହି ଲଗାଣ ବର୍ଷାରେ ଧୋଇଯାଇଥିଲା ଆପ୍ରୋଚ ରୋଡ୍ । ଏନେଇ ଯାତାୟତ ଠପ୍ ହୋଇପଡ଼ିଥିଲା । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୂର୍ତ୍ତ ବିଭାଗ ଏହାର ମରାମତି ପାଇଁ ଦାୟୀତ୍ବ ନେଇଥିଲା । ଏନେଇ ଏକ ଆପ୍ରୋଚ ରୋଡ୍ ତିଆରି ହୋଇଥିଲା ।

ଫଳରେ ବିଛିନ୍ନ ହୋଇଥିବା ଯାତାୟତ ସଂଯୋଗ ଏକ ପ୍ରକାର ଠିକ ହୋଇଯାଇଥିଲା । କିନ୍ତୁ ଶୁକ୍ରବାର ପୁଣିଥରେ ଲଗାଣ ବର୍ଷାରେ ଭବାନୀପାଟଣା ଧର୍ମଗଡ଼ ଜାତୀୟ ରାଜପଥ (୧୩୦ସି) ବଡ଼ବସୁଲ ନିକଟରେ ଥିବା ହାଲୁର ନାଳର ଅସ୍ଥାୟୀ ପୋଲି ଭୁଶୁଡ଼ି ଯାଇଛି । ଏନେଇ ଧର୍ମଗଡ଼ରୁ ଛତିଶଗଡ଼ ରାଜ୍ୟ ଦେଭୋଗ ଅଞ୍ଚଳକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.