କଳାହାଣ୍ଡି: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଜାରି ରହିଛି ତଦନ୍ତକାରୀ ଟିମର ଛାନଭିନ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ନେତୃତ୍ବରେ ଗଠିତ ଟିମରେ ବଲାଙ୍ଗୀର ଏସପି ଓ ଆଉ କିଛି ଦକ୍ଷ ଅଫିସର ସାମିଲ ଅଛନ୍ତି ।
ତେବେ ରିମାଣ୍ଡରେ ଥିବା ଅଭିଯୁକ୍ତ ବିରୋଧରେ ଅଧିକ ପ୍ରମାଣ ଯୋଗାଡରେ ଲାଗିପଡିଛି ତଦନ୍ତକାରୀ ଟିମ । ଅଭିଯୁକ୍ତ ଦୋଷ ସ୍ବୀକାର କରିସାରିଥିବା ବେଳେ, ଏବେ ଅଧିକରୁ ଅଧିକ ପ୍ରମାଣ ଯୋଗାଡରେ ଲାଗିଛି ପୋଲିସ । କାରଣ ଏବେ ବି ମୃତ ମମିତାଙ୍କ ମୋବାଇଲ ଫୋନ ପୋଲିସ ହାତରେ ଲାଗିନାହିଁ ।
ସେହି ମୋବାଇଲରୁ ଅଧିକ ତଥ୍ୟ ପ୍ରମଣା ମିଳିବ ବୋଲି ପୋଲିସ ଆଶା ରଖିଛି । ସେହି ମୋବାଇଲ ଫୋନ ଏବେ ହାସଲ କରିବାକୁ ତଦନ୍ତକାରୀ ଟିମ ବଲାଙ୍ଗୀରରୁ କଳାହାଣ୍ଡି ପର୍ଯ୍ୟନ୍ତ ଖୋଳତାଡ ଜାରି ରହିଛି । ଆଜି ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସପି କଳାହାଣ୍ଡି ମହାଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦିପକ କୁମାର ଙ୍କ ସହ କଳାହାଣ୍ଡି ମହାଲିଙ୍ଗ ଷ୍ଟାଡିୟମରେରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ