ଭବାନୀପାଟଣା: ଆମେ କହୁଛୁ ଟ୍ବିଟ ଯୋଗେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବା କଳାହାଣ୍ଡି ଜିଲ୍ଲା ଗମ୍ଭାରୀଗୁଡା ଗାଁର କଥା । ଲକଡାଉନ ଯୋଗୁଁ ଯାତାୟତ ବନ୍ଦ ରହିଥିବା ବେଳେ ଦିଲ୍ଲୀରେ ଫସି ରହିଥିଲେ ଲୋକେଶ ସାହୁ । ନିକଟରେ ବିମାନ ସେବା ଆରମ୍ଭ ହେବା ପରେ ଦିଲ୍ଲୀରୁ ଝାରସୁଗୁଡ଼ା ଦେଇ ଲୋକେଶ ପହଞ୍ଚି ଥିଲେ ନିଜ ଗାଁ ଗମ୍ଭାରୀଗୁଡା କୁ ହେଲେ ତାଙ୍କ ଠାରେ ଥିଲା କରୋନା ସଂକ୍ରମଣର ଆଶଙ୍କା । ସେପଟେ ପ୍ରବାସୀ ପୁଅକୁ ଦେଖି ସରପଞ୍ଚ ମା ର ଆଖି ଛଳ ଛଳ। କୋରୋନା ଯୋଗୁଁ ବଦଳିଛି ବ୍ୟବସ୍ଥା ପ୍ରବାସୀ ରହିବେ ସଙ୍ଗରୋଧ କେନ୍ଦ୍ରରେ ଆଉ ଏସବୁର ଗୁରୁଦାୟିତ୍ୱ ସରକାର ଦେଇଛନ୍ତି ସରପଞ୍ଚଙ୍କ ଉପରେ ।
ଏନେଇ ପ୍ରବାସୀ ମାନେ ରହୁଥିବା ସଙ୍ଗରୋଧ କେନ୍ଦ୍ରରେ ପୁଅକୁ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମା । ପୁଅ ଲୋକେଶ ମଧ୍ୟ କୋଣସି ବାଛ ବିଚାର ନକରି କ୍ବାରେଣ୍ଟାଇନରେ ଥିବା ବେଳେ ରୋଗ ସଂକ୍ରମଣର ଆଶଙ୍କା ଓ ଜଣେ ଦାୟିତ୍ୱବାନ ସରପଞ୍ଚ ହିସାବରେ ସେ ନିଜ ପୁଅକୁ ଏଭଳି ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ