ETV Bharat / state

ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ, ପୋଲିସ ପାଖକୁ ନଯିବା ପାଇଁ ଗାଁ କମିଟିରେ ତାଗିଦ !

author img

By

Published : Nov 3, 2019, 9:05 PM IST

କଳାହାଣ୍ଡି ଜିଲ୍ଲା ଜୁନାଗଡରେ ଦୁଷ୍କର୍ମର ଶିକାର ହୋଇଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ କଙ୍ଗାରୁ କୋର୍ଟରେ ମିଳିଲାନି ନ୍ୟାୟ ।  ନ୍ୟାୟ ଦେବା ବଦଳରେ ପୋଲିସ ପାଖକୁ ନଯିବାକୁ ତାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଦୁଷ୍କର୍ମର ଶିକାର ହୋଇଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ କଙ୍ଗାରୁ କୋର୍ଟରେ ମିଳିଲାନି ନ୍ୟାୟ । ଦୁଷ୍କର୍ମକାରୀ ଗାଁର ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ବୋଲି ଜାଣିବା ପରେ ନ୍ୟାୟ ଦେବା ବଦଳରେ ହାତ ଟେକିଦେଇଥିଲା କୋର୍ଟ । ଏହା ସହିତ ପୋଲିସ ପାଖକୁ ନଯିବାକୁ ତାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ ବାଦଲଦେଇ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ମୁତାବକ, ଜୁନାଗଡ ଥାନା ନାନ୍ଦୁଲ ପଞ୍ଚାୟତ ବାଦଲଦେଇ ଗ୍ରାମର ୨୫ ବର୍ଷିୟ ଜୈନିକ ଦିବ୍ୟାଙ୍ଗ ଯୁବତୀ ସେହି ଗ୍ରାମର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଘରେ କାମ କରୁଥିଲା । ତେବେ ତାଙ୍କ ବିବାହିତ ପୁଅ ଅମୁଲ୍ୟ ବିଶ୍ବାଳ ପୀଡିତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗ କରିଛନ୍ତି ସେ । ଦୁଷ୍କର୍ମର ଶିକାର ହେବାପରେ ସେ ଗର୍ଭବତୀ ହୋଇଥିଲେ ।

ଏନେଇ ପୀଡିତା ଜଣଙ୍କ ଘରେ କହିବା ପରେ ଗାଁରେ କଙ୍ଗାରୁ କୋର୍ଟ ମଧ୍ୟ ବସିଥିଲା । କଥା କହି ପାରୁନଥିବା ଏହି ପୀଡିତା ଜଣଙ୍କ ଅଭିଯୁକ୍ତକୁ ଚିହ୍ନଟ ମଧ୍ୟ କରିଥିଲେ । କିନ୍ତୁ ଅଭିଯୁକ୍ତଙ୍କ ପରିବାର ସମ୍ପର୍କରେ ଜାଣିବା ପରେ ହାତ ଟେକି ଦେଇଦେଲା କଙ୍ଗାରୁ କୋର୍ଟ । ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କୁ ଓଲଟା ତାଗିଦ କରିଥିଲା ଗାଁ କମିଟି । ଏମିତି କି ପୀଡିତାଙ୍କ ପରିବାରକୁ ମାମଲା ରୁଜୁ ନକରିବାକୁ ଚାପ ପ୍ରୟୋଗ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଏହାପରେ ନ୍ୟାୟ ପାଇଁ ପୀଡିତାଙ୍କ ପରିବାର ଲୋକେ କଳାହାଣ୍ଡି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏସପିଙ୍କ ନିକଟରେ ଦ୍ବାରସ୍ଥ ହେବା ପରେ ମହିଳା ସେଲ ଦାୟିତ୍ବରେ ଥିବା ଆଡିସନାଲ ଏସପି ମଣିପାତ୍ରଙ୍କ ନିର୍ଦ୍ଦେଶରେ ଜୁନାଗଡ ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି । ଜୁନାଗଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତ ପରିବାର ଗାଁ ର ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୀଡିତାଙ୍କ ପରିବାର ଗ୍ରାମରେ ଅସୁରକ୍ଷିତ ମନେ କରୁଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:ରାଜ୍ୟ ଗୃହ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ କଙ୍ଗାରୁ କୋର୍ଟ ।
କଗାଂରୁ କୋର୍ଟ ରେ ସାତ ମାସ ର ଗର୍ଭବତୀ ଦୁଷ୍କର୍ମ ପୀଡିତା କୁ ଥାନା କୁ ନ ଯିବାକୁ ତାଗିଦ । ନ୍ୟାୟ ପାଇଁ ପରିବାର କଳାହାଣ୍ଡି ଏସପି ଙ୍କ ଦ୍ୱାରସ୍ଥ ।
କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଞ୍ଚଳରେ ଜୈନିକ ୨୫ ବର୍ଷିୟ ଦିବ୍ୟାଙ୍ଗ ଯୁବତୀ ସାତ ମାସ ର ଗର୍ଭବତୀ । ପୀଡିତା ର ଦୁଷ୍କର୍ମକାରୀ ଗାଁ ଗଉନ୍ତିଆ ପରିବାର ଜଣାପଡିବା ପରେ ହାତ ଉଠାଇଦେଲା କଗାଂରୁ କୋର୍ଟ । ଯୁବତୀ ପରିବାର କୁ ମାମଲା ରୁଜୁ ନ କରିବାକୁ ଚାପ ପ୍ରୟୋଗ କରାଯାଉଥିବା ବେଳେ ପୀଡିତା ପରିବାର ନ୍ୟାୟ ପାଇଁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ର ଦ୍ୱାରସ୍ଥ ହୋଇଛନ୍ତି । Body:ଜୁନାଗଡ ଥାନା ନାନ୍ଦୁଲ ପଚାଂୟତ ବାଦଲଦେଇ ଗାଁ ର ୨୫ ବର୍ଷିଅ ଦିବ୍ୟାଙ୍ଗ ମୁକ ଯୁବତୀ । ବର୍ତମାନ ଡାକ୍ତରୀ ରିପୋର୍ଟ ଆନୁଯାୟୀ ସେ ୭ ମାସ ର ଗର୍ଭବତୀ । ଯୁବତୀ ଙ୍କ ଶାରୀରିକ ପରିବର୍ତନ ପରେ ପରିବାର ସଦସ୍ୟ ଡାକ୍ତର କୁ ଦେଖାଇବା ପରେ ଜଣାପଡିଲା ସେ ୭ ମାସ ର ଗର୍ଭବତୀ । ପୀଡିତା ଙ୍କ ବୟାନ ଅନୁଯାୟୀ ଗାଁ ଗଉନ୍ତିଆ ଯାହାଙ୍କ ଘରେ ପୀଡିତା ଭିନ୍ନକ୍ଷମ ଯୁବତୀ ଦୀର୍ଘ ଦିନ ହେବ କାମ କରି ଆସୁଛି ତାଙ୍କ ବିବାହିତ ପୁଅ ଅମୁଲ୍ୟ ବିଶ୍ୱାଳ ତା ସହିତ ବାରମ୍ବାର ଦୁଷ୍କର୍ମ କରୁଥିଲା । ମୁକ ଯୁବତୀ ଗର୍ଭବତୀ ଘଟଣା କୁ ନେଇ ଗାଁ ରେ କଙ୍ଗାରୁ କୋର୍ଟ ମଧ୍ୟ ବସିଥିଲା ଏବଂ ସର୍ବସମ୍ମୁଖ ରେ ପୀଡିତା ଯୁବତୀ ଗାଁ ଗଉନ୍ତିଆଁ ଙ୍କ ପୁଅ କୁ ଚିହ୍ନଟ ମଧ୍ୟ କରିଥିଲେ । କିନ୍ତୁ ଅଭିଯୁକ୍ତ ତଥା ଗୌନ୍ତିଆ ପରିବାର ଅଭିଯୋଗ କୁ ଖଣ୍ଡନ କରୁଛନ୍ତି । ଫଳ ରେ କଂଗାରୁ କୋର୍ଟ କୌଣସି ନିଷ୍ପତି ନ ଶୁଣାଇ ହାତ ଉଠାଇ ଦେଇଥିଲେ । Conclusion:ବରଂ ପୋଲିସ ରେ ମାମଲା ରୁଜୁ ନ କରିବାକୁ ସମାଜ ଓ ଗାଁ ର ଗ୍ରାମରକ୍ଷୀ ଚାପ ପ୍ରୟୋଗ କରୁଥିବା ପୀଡିତା ପରିବାର ଅଭିଯୋଗ କରିଛନ୍ତି । କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ ପୀଡିତା ଦ୍ୱାରସ୍ଥ ହେଲା ପରେ ମହିଳା ସେଲ ଦାୟିତ୍ୱ ରେ ଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୋପୀନାଥ ମଣିପାତ୍ର ଙ୍କ ନିର୍ଦ୍ଦେଶ ରେ ଜୁନାଗଡ ଥାନା ରେ ମାମଲା ରୁଜୁ ହୋଇଛି । ଜୁନାଗଡ ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ଅଭିଯୁକ୍ତ ପରିବାର ଗାଁ ର ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ ପୀଡିତ ପରିବାର ଗାଁ ରେ ଅସୁରକ୍ଷିତ ମନେ କରୁଛନ୍ତି ।
ବାଇଟ-ପୀଡିତା ଙ୍କ ମାଁ।
ବାଇଟ-ପୀଡିତା ଙ୍କ ଭାଇ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.