କଳାହାଣ୍ଡି: ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ପୁଣି ଜାରି କଲେ ମାଓପୋଷ୍ଟର । ନର୍ଲା ଥାନା ସିକୋରକୁପା ମନ୍ଦିର ଯିବା ବାଟରେ ମାଓପୋଷ୍ଟର ଦେଖିବାକୁ ମିଳିଛି । ତେବେ ନିର୍ବାଚନକୁ ଲକ୍ଷରେ ରଖି ମାଓବାଦୀ ଏଭଳି ପୋଷ୍ଟର ଜାରି କରିଛନ୍ତି ।
ଆଗାମୀ ସାଧାରଣ ନିର୍ବାଚନରେ ଅଞ୍ଚଳର ମତଦାତାଙ୍କୁ ବିରତ ରହିବାକୁ ଆହ୍ବାନ ଦିଆଯାଇଛି । ବଂଶଧାରା ଘୁମସର ନାଗବଳୀ କମିଟି ପକ୍ଷରୁ ଏହା ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ନେତାଙ୍କୁ କାଠଗଡାରେ ଠିଆ କରିବା କଥା ଏହି ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ଏହାସହ ବହୁଦେଶୀୟ କମ୍ପାନୀକୁ ବିରୋଧ କରିଥିବା ମଧ୍ୟ ଏହି ପୋଷ୍ଟରରେ ଲେଖାଯାଇଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ