ETV Bharat / state

ସ୍ବାବଲମ୍ବୀ ହେବେ ମହିଳା, ଉଦଘାଟିତ ହେଲା ମିଶନ ଶକ୍ତି କାଫେ

ଭବାନୀପାଟଣା ଠାରେ ଥିବା ନବ ନିର୍ମିତ ବସ ଟର୍ମିନାଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମିତ ମିଶନ ଶକ୍ତି କାଫେ ଉଦଘାଟିତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 16, 2023, 3:15 PM IST

ଉଦଘାଟିତ ହେଲା ମିଶନ ଶକ୍ତି କାଫେ
ଉଦଘାଟିତ ହେଲା ମିଶନ ଶକ୍ତି କାଫେ
ଉଦଘାଟିତ ହେଲା ମିଶନ ଶକ୍ତି କାଫେ

ଭବାନୀପାଟଣା: ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯାଉଛି । ମହିଳାଙ୍କ ବିକାଶ ପାଇଁ ଯୋଜନା କରାଯାଇଛି । ଦିନେ ଘରର ଚାରିକାନ୍ଥ ଭିତରେ ଥିବା ମହିଳା ଆଜି ପୁରୁଷଠୁ ଦୁଇ ପାଦ ଆଗରେ ଚାଲୁଛି । ସ୍ବାବଲମ୍ବୀ ହୋଇଛନ୍ତି ଦୁଇ ପଇସା ରୋଜଗାର କରି ପରିବାର ଚଳାଇଛନ୍ତି । ଏ ଦିଗରେ ମହିଳାଙ୍କୁ ବଞ୍ଚିବାର ବାଟ ଦେଖାଇଛି ମିଶନ ଶକ୍ତି । ତେବେ ଭବାନୀପାଟଣା ଠାରେ ଥିବା ନବ ନିର୍ମିତ ବସ ଟର୍ମିନାଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନ ଶକ୍ତି କାଫେ ନିର୍ମାଣ କରାଯାଇଥିଲା । ଯାହାର ଗତକାଲି ଉଦଘାଟନ ହୋଇଯାଇଛି ।

ତେବେ ସହରରେ ଥିବା ବସୁନ୍ଧରା ମହାସଂଘର ୪୦ ଜଣ ମହିଳାଙ୍କୁ ନେଇ ଏକ ମିଶନ ଶକ୍ତି କାଫେ ପରିଚାଳନା କରିବା ପାଇଁ ପ୍ରଦାନ କରାଯାଇଛି । ଗତକାଲି ଏହି ନବ ନିର୍ମିତ ମିଶନ ଶକ୍ତି କାଫେକୁ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ଓ ପୌର ଅଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗ ଦେଇ ଉଦଘାଟନ କରିଛନ୍ତି । ଏଥିସହ କାଫେ ପରିଦର୍ଶନ କରି ମହିଳାମାନଙ୍କ ସହ ଆଲୋଚନା କରିଥିଲେ । ମହିଳା ଉଦ୍ୟୋଗୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନଙ୍କୁ ସଫଳତା କରାଇବା ପାଇଁ ଉତ୍ସାହିତ କରିଥିଲେ । ମହିଳାମାନଙ୍କୁ ସେମାନଙ୍କର ନିଜର ବ୍ୟବସାୟ ଆରମ୍ଭ କରିବା ଏବଂ ରୋଜଗାର କରିବାର ସୁଯୋଗ ଯୋଗାଇ ମହିଳାମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଡାଏରି ଫାର୍ମ କରିଛି ଆତ୍ମନିର୍ଭରଶୀଳ, ଦୁଗ୍ଧଜାତ ଦ୍ରବ୍ୟ ବିକି ୫୦ରୁ ଊର୍ଦ୍ଧ୍ବ ମହିଳା ସ୍ବାବଲମ୍ବୀ

ଏହା ମଧ୍ୟ ପଢନ୍ତୁ-ମହିଳା ସଶକ୍ତିକରଣ ପାଇଁ ଆସୁଥିବା ପାଣ୍ଠିରେ ମହାଘୋଟାଲା ହୋଇଛି: ବିଜେପି ମହିଳା ମୋର୍ଚ୍ଚା

ଏନେଇ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି କହିଛନ୍ତି ଯେ, "ବସ ଟର୍ମିନାଲରେ ଯେଉଁ କାଫେ ଥିଲା ତାକୁ ମିଶନ ଶକ୍ତି କାଫେ କରିବାକୁ ଯୋଜନା କରିଥିଲୁ । ଏହା ଦ୍ବାରା ବସୁନ୍ଧରା ମହାସଂଘର ୪୦ ଜଣ ମହିଳା ଏଥିରେ ରୋଜଗାର ପାଇପାରିବେ । ସ୍ବାବଲମ୍ବୀ ହୋଇପାରିବେ ଦୁଇ ପଇସା ରୋଜଗାର କରି ମହିଳାମାନେ । ଏଥିପାଇଁ ମୁଁ ତାଙ୍କୁ ଉତ୍ସାହିତ କରୁଛି । ଆଶା କରୁଛି ଆମ ମିଶନ ଶକ୍ତି କାଫେ ଆଗକୁ ଭଲ ଚାଲିବ । "

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.