ETV Bharat / state

ନାବାଳିକା ଯୌନ ନିର୍ଯ୍ୟାତନା ଘଟଣା: ଆଶ୍ରମ ଗୃହ ମୁଖ୍ୟ ଅଟକ - ନାବାଳିକା ଯୌନ ନିର୍ଯ୍ୟାତନା ଘଟଣା

ପ୍ରୟାସ ଆଶ୍ରମ ଗୃହରେ ନାବାଳିକାକୁ ଯୌନ ନିର୍ଯ୍ୟାତନା ଘଟଣାରେ ଆଶ୍ରମଗୃହ ମୁଖ୍ୟ ସରୋଜ ଦାଶ ଅଟକ । ସେପଟେ ଅଭିଯୋଗକୁ ଭିତ୍ତିହୀନ କହିଲେ ସରୋଜ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 21, 2019, 5:55 PM IST

କଳାହାଣ୍ଡି: ଭବାନୀପାଟଣା ସ୍ଥିତ ‘ପ୍ରୟାସ’ ଆଶ୍ରମ ଗୃହରେ ନାବାଳିକା ଅନ୍ତେବାସିନୀକୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ସଂସ୍ଥାର ମୁଖ୍ୟ ସରୋଜ ଦାଶଙ୍କୁ ଅଟକ ରଖିଛି ପୋଲିସ । ପୀଡିତାଙ୍କ ମାଙ୍କ ଅଭିଯୋଗ ଅନୁସାରେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ସେପଟେ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ସଫେଇ ଦେଇଛନ୍ତି ସରୋଜ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଉପଜିଲ୍ଲାପାଳ ଓ ଭବାନୀପାଟଣା ଥାନା ଅଧିକାରୀ ଗତ ରାତିରେ ଅଚାନକ ଚଢାଉ କରି ତଦନ୍ତ କରିଥିଲେ । ସୂଚନା ଅନୁଯାୟୀ, ସଂସ୍ଥା ମୁଖ୍ୟ ସରୋଜ ଦୀର୍ଘ ଦିନ ହେଲାଣି ଅନ୍ତେବାସିନୀଙ୍କୁ ଯୌନ ନିର୍ଯ୍ୟାତନା ଦେଇ ଆସୁଥିବା ପୀଡିତାଙ୍କ ମା ବଲାଙ୍ଗୀର ଶିଶୁ ସୁରକ୍ଷା କମିଟି ନିକଟରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅନ୍ୟପଟେ ସଂସ୍ଥା ମୁଖ୍ୟ ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ଓ ସେ ଏନେଇ ଆଇନର ସାହାରା ନେବେ ବୋଲି କହିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.