ETV Bharat / state

କଳାହାଣ୍ଡିରେ ଲଜ୍ଜା, ୩ ବର୍ଷୀୟ ଶିଶୁକୁ ଦୁର୍ଷ୍କମ ଅଭିଯୋଗ

author img

By

Published : Mar 1, 2021, 1:12 PM IST

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା। ୩ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ନିଜ ସମ୍ପର୍କୀୟ ମଉସା ଘଟାଇଛି ଏହି ବର୍ବର କାଣ୍ଡ। ଅଧିକ ପଢନ୍ତୁ...

କଳାହାଣ୍ଡିରେ ଲଜ୍ୟା, ୩ ବର୍ଷୀୟ ନାବାଳିକା ଶିଶୁକୁ ଦୁର୍ଷ୍କମ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ୩ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ନିଜ ସମ୍ପର୍କୀୟ ମଉସା ଘଟାଇଛି ଏହି କାଣ୍ଡ । ଝାମୁଯାତ୍ରାକୁ ବୁଲିବାକୁ ଯାଇଥିବା ସମୟରେ ମିଠା କିଣିଦେବା ବାହାନାରେ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ଲାଞ୍ଜିଗଡ଼ ଅଞ୍ଚଳରେ ଝାମୁଯାତ୍ରା ଚାଲିଥିଲା। ପୀଡିତା ଶିଶୁଟି ଘରେ ଖେଳୁଥିବା ସମୟରେ ସମ୍ପର୍କୀୟ ମଉସା ଘରକୁ ଯାଇ ଶିଶୁଟିକୁ ଯାତ୍ରାରେ ମିଠା କିଣିଦେବାକୁ କହି ନେଇ ଯାଇଥିଲା । ପରେ ପରିବାର ଲୋକେ ବିଳମ୍ବ ହେବାରୁ ଖୋଜିବା ଆରମ୍ଭ କରିଥିଲେ। ଗାଁ ନିକଟରେ ଯାତ୍ରା ଚାଲୁଥିବାରୁ ସେଠାକୁ ଯାଇ ମାଇକ ଯୋଗେ ଘୋଷଣା ମଧ୍ୟ କରିଥିଲେ।

ପରେ ଅଭିଯୁକ୍ତ ମଉସା ଶିଶୁଟିକୁ ଘରେ ଆଣି ଛାଡ଼ିଦେଇ ଫେରାର ମାରିଥିଲା। କିଛି ସମୟ ବ୍ୟବଧାନ ପରେ ଶିଶୁଟିର ଶରୀରରୁ ରକ୍ତସ୍ରାବ ହେବାରୁ ପରିବାର ଲୋକେ ତୁରନ୍ତ ଶିଶୁଟିକୁ ଲାଞ୍ଜିଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ।

ପରେ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତୁରନ୍ତ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଏନେଇ ପରିବାର ଲୋକେ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.