ETV Bharat / state

ନାବାଳିକାଙ୍କୁ ଦୁଷ୍କର୍ମ ! ଘର ମାଲିକ ଗିରଫ

author img

By

Published : Dec 17, 2022, 4:27 PM IST

କଳାହାଣ୍ଡିରେ ନାବାଳିକା ସହ ଘର ମାଲିକଙ୍କ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

କଳାହାଣ୍ଡିରେ ନାବାଳିକାଙ୍କୁ ଦୁଷ୍କର୍ମ
କଳାହାଣ୍ଡିରେ ନାବାଳିକାଙ୍କୁ ଦୁଷ୍କର୍ମ

ଭବାନୀପାଟଣା: ଘର ଭଡାରେ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ କଲେ ଘର ମାଲିକ(Minor girl allegedly raped by landlord ) ! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରର ଜଗନ୍ନାଥପଡା ଅଞ୍ଚଳରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଆଲୋକ ସେନାପତି ନାମକ ଜଣେ ବ୍ୟକ୍ତି ତାଙ୍କ ଘରେ ଭଡାରେ ରହୁଥିବା ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଘର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୋଗ ଅନୁଯାୟୀ, ଜଗନ୍ନାଥପଡାର ଆଲୋକ ସେନାପତିଙ୍କ ଘରର ଉପର ମହଲାରେ ୪ ଜଣ ନାବାଳିକା ଛାତ୍ରୀ ଭଡାରେ ରହୁଥିଲେ । ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ୪ ଜଣଙ୍କ ମଧ୍ୟରୁ ୩ ଜଣ ଛାତ୍ରୀ ନିଜ ଘରକୁ ଯାଇଥିଲେ । ଏହି ସମୟରେ ଅନ୍ୟ ଜଣେ ନାବାଳିକା ଘରେ ଏକାକୀ ଥିବାବେଳେ ଏହି ସୁଯୋଗରେ ଘର ମାଲିକ ତାଙ୍କ ରୁମ୍‌ରେ ପଶି ଦୁଷ୍କର୍ମ କରିଥିବା ନାବାଳିକା ଜଣକ ଧର୍ମଗଡ ଥାନାରେ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଛାତ୍ରକୁ ଧରି ଟିଉସନ ଦିଦି ଫେରାର, ଥାନାରେ ପହଞ୍ଚିଲା ମାମଲା

ପୀଡିତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ଆଲୋକ ସେନାପତିଙ୍କୁ ଘରୁ ଉଠାଇ ନେଇଥିଲା । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.