ETV Bharat / state

ଦାଦନ ଦୁଃଖ, ବେଙ୍ଗାଲୁରୁରୁ ଚାଲିଚାଲି କଳାହାଣ୍ଡି ଆସିଲେ ଶ୍ରମିକ - ଦାଦନ ଶ୍ରମିକ ନିର୍ଯାତନା

କଳାହାଣ୍ଡି ଜିଲ୍ଲାରେ ସରୁନି ଦାଦନ ଦୁଃଖ । ନିର୍ଯାତନା ସହିନପାରି ବେଙ୍ଗାଲୁରୁରୁ ଚାଲିଚାଲି କଳାହାଣ୍ଡି ଆସିଲେ ଶ୍ରମିକ । ଅଧିକ ପଢନ୍ତୁ

ବେଙ୍ଗାଲୁରୁରୁ ଚାଲିଚାଲି କଳାହାଣ୍ଡି
ବେଙ୍ଗାଲୁରୁରୁ ଚାଲିଚାଲି କଳାହାଣ୍ଡି
author img

By

Published : Apr 6, 2023, 7:58 AM IST

ବେଙ୍ଗାଲୁରୁରୁ ଚାଲିଚାଲି କଳାହାଣ୍ଡି

ଭବାନୀପାଟଣା: ରାଜ୍ୟ ସମେତ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ହେଉଛି ଦାଦନ । ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନା ଫଳପ୍ରଦ ହେଉନଥିବା ଦେଖିବାକୁ ମିଳୁଛି । ଆଜି ବି ଅନେକ କାମଧନ୍ଦା ନପାଇ ଦାଦନ ଖଟିବା ପାଇଁ ବାହାରକୁ ଯାଉଥିବା ବେଳେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯୋଜନା କାର୍ଯ୍ୟକାରୀ ହେଲେ ସୁଦ୍ଧା ଥମୁନି ଦାଦନ ଦୁଃଖ । ଏହାରି ଭିତରେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ତିନିଜଣ ଦାଦନ ଶ୍ରମିକ ନିର୍ଯାତନା ସହିନପାରି ଚାଲିଚାଲି ବେଙ୍ଗାଲୁରୁରୁ କଳାହାଣ୍ଡି ଆସିଛନ୍ତି । କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଜାମଚୁଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଏ ଚିତ୍ର ଦେଖିଲେ କୋଭିଡ ସମୟରେ ଶ୍ରମିକ ଘରକୁ ବାହୁଡିବାର ଦୃଶ୍ୟ ଭଳି ମନେହେଉଛି । କିନ୍ତୁ ଏହି କୋଭିଡର ନୁହେଁ ନିର୍ଯାତନା ସହିନପାରି ଭୋକ ବିକଳରେ ଚାଲିଚାଲି ଘରକୁ ବାହୁଡୁଛନ୍ତି ଶ୍ରମିକ । ସୂଚନା ଅନୁଯାୟୀ, ଜିଲ୍ଲାର ଜୟପାଟଣା ବ୍ଲକ ଜାମଚୁଆ ଗାଁ ରକତାର ମାଝୀ, ଭିକାରୀ ମାଝୀ ଓ ଟାଙ୍ଗୋପକାନ ଗାଁର ବୁଦୁ ମାଝୀ ଗତ ଦୁଇମାସ ତଳେ କାମ ଧନ୍ଦା ଅଭାବରୁ ବାଲୁଗାଁର ଜଣେ ସର୍ଦ୍ଦାରଙ୍କ ସହ ଯୋଗୋଯୋଗ କରି ବେଙ୍ଗାଲୁରୁ ଯାଇଥିଲେ । ସେଠାରେ ଏକ ଠିକା କମ୍ପାନୀରେ ଦିନ ମଜୁରିଆ ଭାବରେ କିଛି ଦିନ କାମ କରିବା ପରେ ନିଜ ପାରିଶ୍ରମିକ ମାଗିଥିଲେ । ହେଲେ ସମ୍ପୃକ୍ତ ଠିକ କମ୍ପାନୀ ମାଲିକ ସେମାନଙ୍କୁ ପାରିଶ୍ରମିକ ନ ଦେଇ ମାଡ଼ ମାରିବା ସହ ଖାଇବା ମଧ୍ୟ ବନ୍ଦ କରି ଦେଇଥିଲା ।

ଭୋକ ବିକଳରେ ଗତ ୪ ଦିନ ତଳେ ବିଳମ୍ବିତ ରାତିରେ ଲୁଚିକି ସେଠାରୁ ନିଜ ଗାଁକୁ ଫେରିବା ଆସିବା ପାଇଁ ବାହାରି ପଡ଼ିଥିଲେ ଏହି ଦାଦନ ଶ୍ରମିକ । ବାଙ୍ଗାଲୋରରୁ ପାଦରେ ଚାଲି ଚାଲି ଆସିବା ପରେ କୋରାପୁଟରେ କିଛି ଡ୍ରାଇଭର ସଂଘର କର୍ମକର୍ତ୍ତା ଓ ସ୍ଥାନୀୟ ସାମ୍ବାଦିକ ସେମାନଙ୍କୁ ଖାଇବାକୁ ଦେବା ସହ ଏକ ଟ୍ରକକୁ ଅଟକାଇ ଏହି ଦାଦନ ଶ୍ରମିକ ମାନଙ୍କ ନବରଙ୍ଗପୁର ପର୍ଯ୍ୟନ୍ତ ପଠାଇଥିଲେ । ପୁଣି ସେଠାରୁ ଏହି ଶ୍ରମିକମାନେ ଚାଲି ଚାଲି ନିଜ ଗାଁକୁ ପହଞ୍ଚିଥିଲେ । ଗାଁରେ ପହଞ୍ଚିବା ପରେ ଖବର ପାଇ ପ୍ରଶାସନିକ ଅଧିକାରୀ ପହଞ୍ଚି ଦାଦନ ଶ୍ରମିକମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ତେବେ ଉକ୍ତ ସର୍ଦ୍ଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜୟପାଟଣା ବିଡିଓ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.