ETV Bharat / state

ଦାଦନ ଶ୍ରମିକଙ୍କ ପାପୁଲି କାଟିବା ଘଟଣା, ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ - migrant worker turture

ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ପ୍ରକାଶ ପାଇଲା କୋର୍ଟଙ୍କ ରାୟ । ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ...

ଦାଦନ ଶ୍ରମିକଙ୍କ ପାପୁଲି କାଟିଦେବା ଘଟଣା, ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଜୋରିମାନା

author img

By

Published : Jul 19, 2021, 10:27 PM IST

ଭବାନୀପାଟଣା: ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ପ୍ରକାଶ ପାଇଲା ରାୟ । ୨୦୧୩ ମସିହା ବହୁ ଚର୍ଚ୍ଚିତ ଦାଦନ ଶ୍ରମିକଙ୍କୁ ହାତ ପାପୁଲି କଟା ଘଟଣାର ରାୟ ପ୍ରକାଶ କରିଛି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ କୋର୍ଟ । ଦୋଷୀ ପର୍ଶୁରାମ ନାଏକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ବନ୍ଦନା କର ।

ଦାଦନ ଶ୍ରମିକଙ୍କ ପାପୁଲି କାଟିଦେବା ଘଟଣା, ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଜୋରିମାନା

ଘଟଣାକ୍ରମ ଅନୁସାରେ, ୨୦୧୩ ମସିହାରେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ସେଠାରେ ନିର୍ଯାତନାର ଶିକାର ହେବା ପରେ ଦାଦନ ଦଲାଲଙ୍କ ଦ୍ଵାରା ନିଳାମ୍ବର ଧଙ୍ଗଡା ମାଝୀ ଓ ଦିଆଲୁ ନିଆଲ ଉଭୟଙ୍କ ହାତ ପାପୁଲିକୁ କାଟି ଦେଇଥିଲେ ଦଲାଲ ।

ଏହି ଘଟଣା ରେ ପୂର୍ବରୁ ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ । କିନ୍ତୁ ମୁଖ୍ୟ ଅଭିଯକ୍ତ ପର୍ଶୁରାମ ସେବେଠାରୁ ଫେରାର ଥିଲା । ପରେ ପୋଲିସ ପର୍ଶୁରାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଉକ୍ତ ଘଟଣାରେ ଶୁଣାଣି କରି କୋର୍ଟ ରାୟ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.