ETV Bharat / state

କଳାହାଣ୍ଡିରେ ପୁଣି ଦାଦନ ଦୁଃଖ: ପେଟପାଟଣା ପାଇଁ ଯାଇଥିଲେ ଚେନ୍ନାଇ, ଗାଁକୁ ଫେରିଲା ମୃତଦେହ - ଚେନ୍ନାଇରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ପେଟପାଟଣା ପାଇଁ ଚେନ୍ନାଇ ଯାଇଥିଲେ । ହେଲେ ଗାଁକୁ ଫେରିଲା ୨୩ ବର୍ଷୀୟ ଯୁବକଙ୍କ ମୃତଦେହ । କଳାହାଣ୍ଡିରୁ ପୁଣିଥରେ ସାମ୍ନାକୁ ଆସିଛି ଦାଦନ ଦୁଃଖ । ଅଧିକ ପଢନ୍ତୁ

କଳାହାଣ୍ଡିରେ ପୁଣି ଦାଦନ ଦୁଃଖ
କଳାହାଣ୍ଡିରେ ପୁଣି ଦାଦନ ଦୁଃଖ
author img

By

Published : Mar 9, 2023, 7:31 AM IST

Updated : Mar 9, 2023, 2:24 PM IST

କଳାହାଣ୍ଡିରେ ପୁଣି ଦାଦନ ଦୁଃଖ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ପ୍ରମୁଖ ସମସ୍ୟା ହେଉଛି ଦାଦନ । ମାଳମାଳ ସରକାରୀ ଯୋଜନା ସତ୍ତ୍ବେ ଏଠି ସରୁନି ଦାଦନ ଦୁଃଖ । ପେଟପାଟଣା ଆଶାରେ ଗରୀବ ଲୋକେ ଦାଦନ ଖଟିବାକୁ ପଡୋଶୀ ରାଜ୍ୟକୁ ଯାଉଛନ୍ତି । ହେଲେ କେତେବେଳେ ଗାଁକୁ କାହାର ମୃତଦେହ ଫେରୁଛି ତ ପୁଣି କିଏ ବିକଳାଙ୍ଗ ହୋଇ ଆସୁଛି । ସେମିତି ଜଣେ ଦାଦନ ହେଉଛନ୍ତି କଲମପୁର ବ୍ଲକ ଅନ୍ତର୍ଗତ ଭେଲଗାଁର ହୁକମି ନାଏକଙ୍କ ୨୩ ବର୍ଷୀୟ ପୁଅ ଧନୀରାମ । ଯିଏ ପରିବାର ପ୍ରତିପୋଷଣ ପାଇଁ ଚେନ୍ନାଇ ଯାଇଥିବାବେଳେ ଏବେ ତାଙ୍କର ମୃତଦେହ ଗାଁରେ ପହଞ୍ଚିଛି ।

ସୂଚନା ମୁତାବକ, ଗତ ୬ ମାସ ତଳେ ଧନୀ ରାମ ଦାଦନ ସର୍ଦ୍ଦାରଙ୍କ ସହ କଥା ହୋଇ ଦାଦନ ଖଟିବା ପାଇଁ ଚେନ୍ନାଇ ଯାଇଥିଲେ । ସେଠାରେ ସେ ଏକ ଇଟାଭାଟିରେ ଶ୍ରମିକ ଭାବରେ କାମ କରୁଥିଲେ । ହେଲେ ଦୁଇ ଦିନ ତଳେ କାମ କରୁଥିବା ସମୟରେ ହଠାତ୍ ତଳେ ପଡିଯାଇଥିଲେ । ସାଥୀ ଶ୍ରମିକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସାଥି ଶ୍ରମିକଙ୍କ ସହଯୋଗରେ ଧନୀ ରାମଙ୍କ ମୃତଦେହ ଗାଁକୁ ଅଣାଯାଇଥିଲା । ଫଳରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ଖେଳି ଯାଇଥିଲା ।

ସବୁଠୁ ଦୁଃଖର ବିଷୟ ହେଉଛି, ଧନୀରାମଙ୍କ ମୃତ୍ୟୁ ପରେ କେବଳ ନାବାଳିକା ଭଉଣୀ ବ୍ୟତୀତ ତାଙ୍କ ପରିବାରରେ ଆଉ କେହି ନାହାନ୍ତି । ଧନୀରାମଙ୍କ ଭଳି ତାଙ୍କ ବାପା ଓ ମାଆ ମଧ୍ୟ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସେଠାରେ ଆଖି ବୁଜିଥିଲେ । ଏବେ ଭାଈ ସମାନ ଢଙ୍ଗରେ ପ୍ରାଣ ହରାଇବା ପରେ ନାବାଳିକା ଉଭଣୀ ଏତେବଡ ଦୁନିଆରେ ଏକୁଟିଆ ହୋଇଯାଇଛି ।

ଅନ୍ୟପଟେ କଳାହାଣ୍ଡି ଜିଲ୍ଲା ଭାଇଁରି ଗାଁରେ ଆଉ ଜଣେ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବାବେଳେ ପ୍ରାଣ ହରାଇଥିବା ଖବର ମିଳିଛି । ମୃତକ ହେଉଛନ୍ତି ୨୫ ବର୍ଷୀୟ ପବିତ୍ର ମାଝୀ । ସେ ବର୍ଷକ ତଳେ ପେଟପାଟଣା ପାଇଁ ସୁଦୂର ବେଙ୍ଗାଲୁରୁ ଯାଇଥଇଲେ । ସେଠାରେ ଏକ ଠିକା କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ସବୁଦିନ ପରି ବୁଧବାର ସକାଳେ ସେ କାମକୁ ଯାଇଥିବାବେଳେ ହଠାତ୍ ଅସୁସ୍ଥ ହୋଇଯାଇଥିଲେ । ସାଥୀ ଶ୍ରମିକମାନେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ସାଥି ଶ୍ରମିକ ପବିତ୍ରଙ୍କ ପରିବାରକୁ ଜଣାଇବା ପରେ ବୃଦ୍ଧ ବାପାମାଆଙ୍କ ଆଖିରୁ ଆଉ ଲୁହ ଶୁଖୁନି । ଯୁବକଙ୍କ ମୃତଦେହ ଗାଁକୁ ଫେରାଇ ଆଣିବା ପାଇଁ ପରିବାର ଓ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Mar 9, 2023, 2:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.