ଭବାନୀପାଟଣା: କଳାହାଣ୍ଡିରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଲେ ପ୍ରବାସୀ ଶ୍ରମିକ । ନିଜ ପେଟପାଟଣା ପାଇଁ ପଶ୍ଚିମବଙ୍ଗରୁ କଳାହାଣ୍ଡିକୁ ଆସିଥିବା ପ୍ରାୟ 34 ଜଣ ପ୍ରବାସୀ ଶ୍ରମିକ ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି । ଲକଡାଉନ ଯୋଗୁଁ ଚକ ଅଖ ସବୁ ବନ୍ଦ ରହିଥିବା ବେଳେ ଏମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫସି ରହିଥିଲେ।
ପ୍ରଶାସନର ହସ୍ତକ୍ଷେପ ପରେ ସେମାନଙ୍କ ସବିଶେଷ ଠିକଣା ସଂଗ୍ରହ କରାଯାଇ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ଏକ ବସ ଯୋଗେ ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇ ଦିଆଯାଇଛି । ଏନେଇ ଶ୍ରମିକମାନେ ମଧ୍ୟ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ