ETV Bharat / state

ଦାଦନ ଦୁଃଖ, ପୁଅ ମୃତଦେହ ଫେରାଇ ଆଣିବାକୁ ପରିବାରର ଆକୁଳ ନିବେଦନ - ଦାଦନ ଦୁଃଖ

ପେଟପାଟଣା ଚିନ୍ତାରେ ଅନ୍ୟ ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ । ଚାଲିଗଲା ଜୀବନ । ଅଧିକ ପଢନ୍ତୁ

migrant labour issue
ପୁଅ ମୃତଦେହ ଫେରାଇ ଆଣିବାକୁ ପରିବାରର ଆକୁଳ ନିବେଦନ
author img

By

Published : Jun 28, 2023, 3:37 PM IST

ପୁଅ ମୃତଦେହ ଫେରାଇ ଆଣିବାକୁ ପରିବାରର ଆକୁଳ ନିବେଦନ

ଭବାନୀପାଟଣା: ଦାଦନ ଦୁଃଖରେ ଚାଲିଗଲା ଜୀବନ । ଦାଦନ ଶ୍ରମିକଙ୍କ ମୃତ୍ୟୁ । ଶବ ଫେରାଇ ଆଣିବାକୁ ପରିବାରର ଗୁହାରୀ । ପେଟପାଟଣା ଚିନ୍ତାରେ ଅନ୍ୟ ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ । ଚାଲିଗଲା ଜୀବନ । ଏବେ ପୁଅର ମୃତଦେହକୁ ଗାଁକୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ।

ପୁଣି ସେହି ଦାଦନ ଦୁଃଖ ଦେଖିବାକି ମିଳିଛି ଜିଲ୍ଲାରେ । ଗତକାଲି କାଲି ଜିଲ୍ଲାକୁ ଦୁଇଜଣ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଥିବା ବେଳେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟର ଖବର ଆସିଛି । ଆଉ ମୃତଦେହ ଫେରାଇ ଆଣିବାକୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ପରିବାର ଲୋକେ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମାଝୀଗୁଡା ଗାଁର ଭିକାରୀ ବାଗ ପରିବାର ପ୍ରତିପୋଷଣ ଆଶାରେ ନିଜ ସମ୍ପର୍କୀୟ ଶଳାଙ୍କ ସହ ଗତ ୧୫ ଦିନ ତଳେ ହାଇଦ୍ରାବାଦକୁ ଯାଇଥିଲେ । ସେଠାରେ ସେ ଏକ ଠିକା ସଂସ୍ଥାର ଦିନ ମଜୁରିଆ ଭାବରେ କାମ କରୁଥିବା ବେଳେ ୨ ମହଲ ଉପରୁ ପଡିଯାଇ ଗୁରୁତର ହୋଇଥିଲେ। ତୁରନ୍ତ ସାଥି ଶ୍ରମିକ ଭିକାରୀଙ୍କୁ ନିକଟରେ ଥିବା ମେଡ଼ିକାଲକୁ ନେଇ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଭିକାରୀଙ୍କ ସାଙ୍ଗରେ ଯାଇଥିବା ତାଙ୍କ ଶଳା ଭିକାରୀଙ୍କ ପରିବାରକୁ ଖବର ଦେଇଥିଲେ । ଏହା ଶୁଣି ପରିବାର ଲୋକଙ୍କ ପାଦତଳୁ ମାଟି ଖସି ଯାଇଛି ।

ସମ୍ପୃକ୍ତ କମ୍ପାନୀକୁ ପରିବାର ଲୋକେ ମୃତଦେହ ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ ମଧ୍ୟ ସମ୍ପୃକ୍ତ ମାଲିକ କର୍ଣପାତ ନ କରିବାରୁ ଭିକାରୀଙ୍କ ମୃତଦେହ ଗାଁକୁ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ନେହୁରା ହୋଇଛନ୍ତି ପରିବାର । ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଭିକାରୀଙ୍କ ପରିବାର କହିଲେ ମା ବାପା ସ୍ତ୍ରୀ ଓ ଦୁଇ ଝିଅ। ଆଉ ପରିବାରର ରୋଜଗାରିଆ ଲୋକକୁ ହରାଇ ଏବେ ଅସହ୍ୟ ପରିବାର ।

ଏହା ବି ପଢନ୍ତୁ... ସରୁନି ଦାଦନ ଦୁଃଖ, ଗାଁକୁ ଫେରିଲା 2 ଦାଦନ ଶ୍ରମିକଙ୍କ ମୃତଦେହ

ଏହା ବି ପଢନ୍ତୁ...ସରୁନି ଦାଦନ ଦୁଃଖ, ଅନ୍ୟ ରାଜ୍ୟରୁ ଘରକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ହେଉଛି ଦାଦନ । ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ନ ହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କାହାର ମୃତ୍ୟୁ ହେଇଛି ତ ଆଉ କିଏ ଆହତ ଫେରୁଛି । ଆଉ କିଏ ଫେରି ମଧ୍ୟ ପାରୁନାହାନ୍ତି । କିଏ ବାପା ଓ ମାକୁ ହରାଉଛି ତ ପୁଣି ଆଉ କିଏ ଭାଇକୁ ହରାଉଛି ପୁଣି ଆଉ କିଏ ନିଜ ହେଣ୍ଡିଆ ପୁଅକୁ ହରାଇ ଅସହାୟ ଜୀବନ ଜିଉଁଛନ୍ତି । ସରକାର ଗରିବ ଶ୍ରେଣୀର ଲୋକ ମାନଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁ ଥିବା ବେଳେ ଏପଟେ ତାହାର ଓଲଟା ଦେଖିବାକୁ ମିଳୁଛି । କେବେ ସରିବ ଏ ଦାଦନ ଦୁଃଖ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.