ଭବାନୀପାଟଣା: ପୁଣି ପେଟପାଟଣା ପାଇଁ ରାଜ୍ୟ ବାହାରକୁ ବାହାରିଲେ ଶ୍ରମିକ । ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । କଳାହାଣ୍ଡିରୁ କର୍ଣ୍ଣାଟକକୁ ଦାଦନ ଖଟିବାକୁ ଯାଉଥିବା ସମୟରେ ୨୮ ଜଣ ଶ୍ରମିକଙ୍କୁ ଆମପାଣି ଥାନା ପୋଲିସ ଅଟକ ରଖିଥିବା ଜଣାପଡିଛି ।
ପୁଣି ପେଟପାଟଣା ପାଇଁ ରାଜ୍ୟ ବାହାରକୁ ବାହାରିଲେ ଶ୍ରମିକ ଶ୍ରମିକମାନେ ଜୁନାଗଡ଼ ବ୍ଲକ ଦାସିଗାଁ ପଞ୍ଚାୟତ ବୋଲି ପୋଲିସ ସୂଚନା ଦେଇଛନ୍ତି । ନିଜ ଅଞ୍ଚଳରେ ଆବଶ୍ୟକ ଅନୁଯାୟୀ କାମଧନ୍ଦାର ଅଭାବ ସହ ଅଧିକ ରୋଜଗାର ଆଶାରେ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ପ୍ରକାଶ କରିଛନ୍ତି । ଆମପାଣି ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।
କଳାହାଣ୍ତିରୁ ଅଜିତ କୁମାର ସିଂ, ଇଟିଭି ଭାରତ