ETV Bharat / state

ସରୁନି ଦାଦନ ଦୁଃଖ, ଅନ୍ୟ ରାଜ୍ୟରୁ ଘରକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ - ଅନ୍ୟ ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ

ପେଟପାଟଣା ଚିନ୍ତାରେ ଅନ୍ୟ ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ । ଘରକୁ ଫେରିଲା ମୃତଦେହ । ଅଧିକ ପଢନ୍ତୁ

migrant dead body returned village in kalahandi

author img

By

Published : Jun 13, 2023, 9:05 AM IST

Updated : Jun 13, 2023, 10:05 AM IST

ଘରକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

ଭାବନୀପାଟଣା: କଳାହାଣ୍ଡି ଜିଲ୍ଲାରୁ କୁପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକର କରୁଣ ଚିତ୍ର । ପେଟପାଟଣା ଚିନ୍ତାରେ ଅନ୍ୟ ରାଜ୍ୟକୁ ଯାଇ କାମ କରୁଥିବା ବେଳେ ଘରକୁ ଫେରିଲା ମୃତଦେହ । ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ ଦେଖି ଦୁଃଖରେ ବାଙ୍ଗି ପଡିଛନ୍ତି ପରିବାର ଲୋକ । ଦୁଇ ମୃତକ ହେଉଛନ୍ତି ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଚଞ୍ଚରା ଗାଁର ଅନ୍ଧାରୁ ନାଏକ ଓ ନୂଆଗାଁର ଚରଣ ମାଝୀ ।

ପରିବାର ପ୍ରତିପୋଷଣ ପାଇଁ ଅନ୍ଧାରୁ ନାଏକ ମୁମ୍ବାଇକୁ ଯାଇଥିଲେ ଦାଦନ ଖଟିବା ପାଇଁ । ସେଠାରେ ସେ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବରେ କାମ ମଧ୍ୟ କରୁଥିଲେ । ଗତକାଲି କୋଠା ନିର୍ମାଣ କାମ କାରୁଥିବା ସମୟରେ ସେଠାରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ଅନ୍ଧାରୁ । ଗୁରୁତର ଅବସ୍ଥାରେ ତାଙ୍କୁ ସାଥି ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଯାହାକୁ ନେଇ ସାଥି ଶ୍ରମିକମାନେ ମୃତ ଦାଦନ ଶ୍ରମିକଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ସମ୍ପୃକ୍ତ ଠିକ ସଂସ୍ଥା ମାଲିକଙ୍କୁ ଅବଗତ କରାଇଥିଲେ । ଠିକା ସଂସ୍ଥା ପକ୍ଷରୁ ଦାଦନ ଶ୍ରମିକଙ୍କ ମୃତଦେହକୁ ଗାଁକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଥିଲା । ଗାଁରେ ମୃତଦେହ ପହଞ୍ଚିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ରୋଜଗାରିଆ ପୁଅକୁ ହରାଇ ଏବେ ସ୍ତବ୍ଧ ପୁରା ପରିବାର । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ ।

ସେହିପରି ଜିଲ୍ଲାର କୋକସରା ବ୍ଲକକୁ ମଧ୍ୟ ଫେରିଛି ଅନ୍ୟ ଜଣେ ଦାଦନ ଶ୍ରମିକଙ୍କ ମୃତଦେହ । ନୂଆଗାଁର ବାସୁ ମାଝୀଙ୍କ ୨୩ ବର୍ଷୀୟ ଭେଣ୍ଡିଆ ପୁଅ ଚରଣ ମାଝୀ ଗତ ୩ ମାସ ତଳେ ପରିବାର ପ୍ରତିପୋଷଣ ପାଇଁ ସିକନ୍ଦରାବାଦ ଯାଇଥିଲେ । ସେଠାରେ ଏକ ଇଟାଭାଟିରେ କାମ କରୁଥିବା ବେଳେ କୌଣସି କାରଣରୁ ସେ ଅସୁସ୍ଥତା ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ସାଥି ଶ୍ରମିକମାନେ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ହେଲେ ଡାକ୍ତର ଯୁବକଙ୍କୁ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସାଥି ଶ୍ରମିକମାନେ ସମ୍ପୃକ୍ତ ଇଟାଭାଟି ମାଲିକଙ୍କୁ ଜଣାଇବା ପରେ ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ଖବର ଦିଆଯାଇଥିଲା । ପରେ ଏକ ଆମ୍ବୁଲାନ୍ସ ଯୋଗେ ଦାଦନ ଶ୍ରମିକଙ୍କ ମୃତଦେହକୁ ଗାଁକୁ ପଠାଇ ଦିଆଯାଇଛି । ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏମିତି ଅନେକ ଯୁବକ ଦାଦନ ଖଟିବାକୁ ଯାଇଥିବା ବେଳେ ଘରକୁ ମୃତଦେହ ଫେରିବା ଖବର ସାମ୍ନାକୁ ଆସିଛି।

ଇଟିଭି ଭାରତ, କଳାହାଣ୍ଡି

Last Updated : Jun 13, 2023, 10:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.