ଭବାନୀପାଟଣା: ପୁଣି ଦୁର୍ଘଟଣାର ଶିକାର ହୋଇଛି ପ୍ରବାସୀବାହୀ ବସ । ଫଳରେ ଅଳ୍ପକେ ବର୍ତ୍ତିଛନ୍ତି 17 ଜଣ ଶ୍ରମିକ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା 26 ନଂ ଜାତୀୟ ରାଜପଥରେ କାଲୋପଲା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ପୋଲରେ ପିଟି ହୋଇଥିଲା ପ୍ରବାସୀ ବସ । ବସ୍ର ନମ୍ବର KL 01CM9478 ରହିଥିବା ବେଳେ ଏଥିରେ 17 ଜଣ ପ୍ରବାସୀ ରହିଥିଲେ ।
ଝାଡ଼ଖଣ୍ଡର ପ୍ରବାସୀଙ୍କୁ ନେଇ କେରଳରୁ ଝାଡଖଣ୍ଡ ଅଭିମୁଖେ ଏହି ବସଟି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଫଳରେ ମରଣ ମୁହଁରୁ ବଞ୍ଚିଛନ୍ତି 17 ଜଣ ଶ୍ରମିକ । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଆହତ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଏଥିସହ ସମସ୍ତେ ସୁରକ୍ଷିତ ଭାବେ ପୁଣି ଥରେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଛନ୍ତି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ