ETV Bharat / state

ଜାଡରେ ଜଡସଡ କଳାହାଣ୍ଡି: ମିଳୁନି ଶୀତରୁ ତ୍ରାହି, ୧୦ ଡିଗ୍ରୀ ତଳେ ପାରଦ - ୧୦ ଡିଗ୍ରୀ ତଳେ କଳାହାଣ୍ଡି ତାପମାତ୍ରା

ସାରା ରାଜ୍ୟରେ ବଢିଛି ଶୀତର ପ୍ରକୋପ । ଏଥିରୁ ବାଦ ପଡିନି ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଜିଲ୍ଲା । ଗତ କିଛି ଦିନ ଧରି ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ ରହୁଥିବା ବେଳେ ଅସ୍ତବ୍ୟସ୍ତ ଜନଜୀବନ । ଏହାପରେ ମଧ୍ୟ ବଡ଼ି ଭୋରରୁ ଶୀତୁଆ ସକାଳର ମଜା ନେଉଛନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ

ମିଳୁନି ଶୀତରୁ ତ୍ରାହି, କଳାହାଣ୍ଡିରେ ୧୦ ଡିଗ୍ରୀ ତଳେ ପାରଦ

author img

By

Published : Dec 21, 2021, 8:17 PM IST

ଭବାନୀପାଟଣା: ଜିଲ୍ଲାରେ ଗତ କିଛି ଦିନ ହେବ ପାରଦ ୧୦ ଡିଗ୍ରୀ ତଳେ ରହୁଛି । ଫଳରେ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଥୁଆମୂଳ ରାମପୁରରେ ତାପମାତ୍ରା ୪ ଡିଗ୍ରୀ ରହିଥିବା ବେଳେ କୋହଲା ପବନ ସାଙ୍ଗକୁ ତୁଷାରପାତ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । କାଠୁଆ ଜାଡ଼ରେ ମଧ୍ୟ ଶୀତୁଆ ସକାଳର ମଜା ନେବା ପାଇଁ ବଡି ଭୋରରୁ ମର୍ଣ୍ଣିଂ ୱାକ୍‌ରେ ବାହାରି ପଡୁଛନ୍ତି ଲୋକେ ।

ମିଳୁନି ଶୀତରୁ ତ୍ରାହି, କଳାହାଣ୍ଡିରେ ୧୦ ଡିଗ୍ରୀ ତଳେ ପାରଦ

ଭୋର ସକାଳୁ ହିଁ ଏଠି କିଏ ଶୀତର ମଜା ନେଉଛି ତ ଆଉ କିଏ ଶୀତ ସହ ଲଢେଇ କରୁଛି । ସଂଧ୍ୟା ୬ ଟାରୁ ଜିଲ୍ଲାରେ କାଲୁଆ ପବନ ବହିବା ସାଙ୍ଗକୁ ଆରମ୍ଭ ହେଉଛି ଶୀତର ପ୍ରକୋପ । ରାତି ୯ଟା ବେଳକୁ ରାସ୍ତାଘାଟ ଖାଁ ଖାଁ ହୋଇପଡୁଛି । ଏସବୁ ଭିତରେ ଗୋଟିଏ ପଟେ ସହରବାସୀ ଶୀତୁଆ ସକାଳକୁ ଉପଭୋଗ କରୁଥିବା ବେଳେ ଗରିବ ଖଟିଖିଆଙ୍କୁ ଏହା ବେଶ କଷ୍ଟ ଦେଉଛି ।

ସଂଧ୍ୟା ୬ ଟାରୁ ଶୀତର ମାତ୍ରା ଅନୁଭୂତ ହେଉଥିଲେ ହେଁ ସକାଳ ପ୍ରାୟ ୮ ଟା ଯାଏଁ କୁହୁଡିର ଏକ ଆବରଣ ଶୀତକୁ ଦ୍ବିଗୁଣିତ କରିଦେଉଛି । ଜରୁରୀ କାମ ଥିଲେ ହେଁ ଲୋକେ ଘରୁ ପାଦ କାଢୁଥିବା ବେଳେ ୮ ଟା ପୂର୍ବରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ତେବେ ଶୀତୁଆ ସକାଳ ସହ ତାଳ ଦେଇ ସହରବାସୀ ପ୍ରାତଃ ଭ୍ରମଣ ସହ ବ୍ୟାୟାମ ପାଇଁ ଭୋର ସକାଳୁ ବାହାରି ପଡୁଛନ୍ତି । ଏହାସହିତ ସକାଳର ମନୋରମ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରୁଥିବା କହିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.