ETV Bharat / state

ସରକାରଙ୍କୁ ଶୁଭୁନି କଳାହାଣ୍ତି ଚାଷୀଙ୍କ ଗୁହାରୀ, ରାଜ୍ୟର ପ୍ରଥମ ଉଠା ଜଳସେଚନ ପ୍ରକଳ୍ପ କୋମାରେ

author img

By

Published : Nov 25, 2019, 6:00 PM IST

Updated : Nov 25, 2019, 6:24 PM IST

ମରୁଡି ପ୍ରବଣ କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ସ୍ବାର୍ଥ ପାଇଁ ନିର୍ମିତ ହୋଇଛି ରାଜ୍ୟର ପ୍ରଥମ ମେଗା ଉଠାଜଳ ସେଚନ ପ୍ରକଳ୍ପ । ଏହାର ଶୁଭାରମ୍ଭ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ । ହେଲେ ଶୁଭାରମ୍ଭ ଦିନରୁ ହିଁ ଅଚଳ ହୋଇପଡିଛି ପ୍ରକଳ୍ପ । ଯେଉଁଥିପାଇଁ ବଞ୍ଚିବାର ଆଶା ଛାଡିଦେଇଛନ୍ତି 5 ଖଣ୍ତ ଗାଁର ଚାଷୀକୂଳ।ଅଧିକ ଖବର ପଢନ୍ତୁ...

କାନ ଖୋଲି କରି ଶୁଣ ସରକାର,କଳାହାଣ୍ତି ଚାଷୀର ଗୁହାରୀ

କଳାହାଣ୍ଡି: କୃଷକଙ୍କ ବିକାଶ ଲାଗି ସରକାର ଅନେକ ଯୋଜନା କରିଛନ୍ତି । ଏହାସହ ରାଜ୍ୟର ଅଣଜଳସେଚିତ ଅଞ୍ଚଳରେ ଚାଷୀଙ୍କୁ ଜଳ ଯୋଗାଣ ପାଇଁ ସରକାରଙ୍କ ରହିଛି ଉଠା ଜଳସେଚନ ବିଭାଗ । ତେବେ କଳାହାଣ୍ଡି ଜିଲ୍ଲାରେ ଫେଲ ମାରିଛି ଏହି ମେଗା ପ୍ରକଳ୍ପ ।

କାନ ଖୋଲି କରି ଶୁଣ ସରକାର,କଳାହାଣ୍ତି ଚାଷୀର ଗୁହାରୀ

ଜିଲ୍ଲାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରଥମ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି ସତ କିନ୍ତୁ ପୂରଣ ହୋଇପାରୁନି ଆବଶ୍ୟକତା । ଶୁଭାରମ୍ଭ ଦିନରୁ ହିଁ କୋମାରେ ପ୍ରକଳ୍ପ । ଯାହାଫଳରେ ବର୍ଷା ଦିନରେ ଜମିରେ ବଢି ସୃଷ୍ଟି ହେବାସହ ଅନ୍ୟସମୟରେ ଚାଷଜମି ଫାଟି ଆଁ କରୁଛି । ଏଥିପାଇଁ ବଞ୍ଚିବାର ଏବେ ଆଶା ଛାଡିଦେଇଛନ୍ତି 5 ଖଣ୍ତି ଗାଁର ଚାଷୀକୂଳ ।

ପ୍ରକଳ୍ପ ପାଇଁ ସରକାର 8 କୋଟି 98 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଲଇତରା, ଜୋଲକେ ଓ କରୋଳାଭାଡି ଗ୍ରାମର ୫୦୦ ହେକ୍ଟର ଚାଷ ଜମିରେ ଜଳସେଚନ ଲକ୍ଷ୍ୟରେ ନିର୍ମିତ ଏହି ମେଗା ଜଳସେଚନ ପ୍ରକଳ୍ପ ଏବେ ଅଚଳ ଅବସ୍ଥାରେ । ନଦୀ ଗର୍ଭରେ ପାଣି ନଥିବାରୁ କାମ କରୁନି ମେଗା ଉଠା ଜଳସେଚନ ପ୍ରକଳ୍ପ ।

ଆଉ ପ୍ରକଳ୍ପ ନିର୍ମାଣ କରି ଉତ୍ତରଦାୟୀ ସରକାର ନିଜ ଦାୟିତ୍ବ ସାରି ନିଦାବିଷ୍ଣୁ ସାଜିଛନ୍ତି । ଏହି ମେଗା ପ୍ରକଳ୍ପକୁ ପ୍ରାୟ ୫ ବର୍ଷ ପୂରିବାକୁ ଯାଉଛି ହେଲେ ଚାଷୀଙ୍କ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ସେପଟେ ଜିଲ୍ଲାପାଳ ଏ ପ୍ରସଙ୍ଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଖତ ଖାଉଛି କୋଟି କୋଟି ଟଙ୍କାର ପ୍ରକଳ୍ପ ଆଉ ରାଜରାସ୍ତାରେ ପାଣି ସମସ୍ୟା ପାଇଁ ଚିତ୍କାର କରୁଛି ଚାଷୀ । ହେଲେ ବିଭାଗୀୟ କର୍ତ୍ତୃପକ୍ଷ ସତେ ଯେମିତି ଚେଇଁ ଶୋଇବାର ଅଭିନୟ କରୁଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:କାନ ଖୋଲି କରି ଶୁନ ସରକାର-କାଲାହାଣି ଚାଷୀ ର ଗୁହାର ।
(ଡେସ୍କ-ସ୍ମ୍ରତିରେଖା ତରାନିଆ)
କ୍ରୁଷକ ଙ୍କ ବିକାଶ ଲାଗି ସରକାର ଙ୍କ ଅନେକ ଯୋଜନା । ରାଜ୍ୟ ର ଅଣଜଳ ସେଚିତ ଅଞ୍ଚଳ ରେ ଚାଷୀ ଙ୍କୁ ଜଳ ଯୋଗାଣ ପାଇଁ ସରକାରଙ୍କ ରହିଛି ଉଠା ଜଳସେଚନ ବିଭାଗ । ଆଉ ବିଭାଗ ର ମୂଖିଆ ହେଉଛନ୍ତି ଖୋଦ ମୂଖ୍ୟ ମନ୍ତ୍ରୀ । ହେଲେ କଳାହାଠି ଜିଲ୍ଲା ରେ ଚାଷୀ ଙ୍କ ସ୍ୱାର୍ଥ ରେ ନିର୍ମିତ ରାଜ୍ୟ ର ପ୍ରଥମ ଲଇତରା ମେଗା ଉଠାଜଳ ସେଚନ ପ୍ରକଳ୍ପ ପ୍ରାୟ ୯ କୋଟି ଟଙ୍କ । ବ୍ୟୟ ଅଟକଳ ରେ ନିର୍ମାଣ ହୋଇଥିବା ବେଳେ ଉଦଘାଟନୀ ଦିନ ରୁ ହିଁ ଚାଷୀ ଙ୍କ କାମ ରେ ଆସୁନି । କାରଣ ତ୍ରୁଟିଗତ ସର୍ଭେ ଯୋଗୁଁ ଆବଶ୍ୟକ ସମୟରେ ପମ୍ପରୁ ଉଠୁନି ପାଣି ।
ବାଇଟ-ନବୀନ ପଟ୍ଟନାୟକ (ମୂଖ୍ୟମନ୍ତ୍ରୀ-ପାଇଲ-୧୨-୧୨-୨୦୧୫)
ଭିଓ-୧- ଦେଖନ୍ତୁ ଏ ହେଉଛି ସେହି ଉଠା ଜଳସେଚନ ପ୍ରକଳ୍ପ । ଏହାର ଶୁଭାରମ୍ଭ କରିଥିଲେ ଖୋଦ ମୂଖ୍ୟମନ୍ତ୍ରୀ । ପ୍ରକଳ୍ପ ନିର୍ମାଣ ହୋଇଛି ସହ କିନ୍ତୁ ପୂରଣ ହୋଇପାରୁନି ଆବଶ୍ୟକତା । କାରଣ ମୂଖ୍ୟତ: ଏହି ସମୟ ରେ ଧାନ ଚାଷ ର ଫସଲ ପରିପକ୍ୱ ହୋଇଥାଏ । ହେଲେ ନଦୀ ଗର୍ଭ ରେ ପାଣି ନଥିବାରୁ କାମ କରୁନି ମେଗା ଉଠା ଜଳସେଚନ ପ୍ରକଳ୍ପ ଫଳରେ ପାଣି ଅଭାବରୁ ଏବେ ସମସ୍ୟାରେ ଚାଷୀ । ୫୦୦ ହେକଟର ଚାଷ ଜମି ରେ ଜଳ ଯୋଗାଣ ର ଲକ୍ଷ୍ୟ ନେଇ ନିର୍ମିତ ଏହି ମେଗା ଜଳସେଚନ ପ୍ରକଳ୍ପ ଆଜି ଅକାମି । ଆଉ ସତେ ଯେମିତି ପ୍ରକଳ୍ପ ନିର୍ମାଣ କରି ଉତ୍ତରଦାୟୀ ସରକାର ନିଜ ଦାୟିତ୍ୱ ସାରିଦେଲେ । Body:ବାଇଟ- ବୈକୁଣ୍ଠ ପାଣିଗ୍ରାହୀ / ବିଶ୍ୱନାଥ ମହଲା (ଚାଷୀ)
ଭିଓ-୨-୧୦୧୬ ମସିହା ରେ ତିଆରି ହୋଇଥିବା ଏହି ମେଗା ପ୍ରକଳ୍ପ କୁ ପ୍ରାୟ ୫ ବର୍ଷ ପୂରିବାକୁ ଯାଉଛି ।ଲକ୍ଷ୍ୟ ଠାରୁ ଦୂରରେ ଥିବା ଏହି ପ୍ରକଳ୍ପର ପୁନ:ବିନ୍ୟାସ କୁ ନେଇ ଚାଷୀ ଅନେକ ସମୟରେ ରାଜ ରାସ୍ତା କୁ ମଧ୍ୟ ଉହ୍ଲାଇଛନ୍ତି ହେଲେ ଏଯାଏଁ ଫଳ ଶୂନ । ସତେ ଯେମିତି ବିଭାଗିୟ କତ୍ରୁପକ୍ଷ ଚେଇଁ ଥାଇ ଶୋଇଥିବାର ଅଭିନୟ କରୁଛନ୍ତି । ସେପଟେ କଳାହାଠି ଜିଲ୍ଲାପାଳ ଏ ପ୍ରସଙ୍ଗରେ ପଦକ୍ଷେପ ନିଆଯିବ ବୋଲି କହିଛ୍‍ନ୍ତି ।
Conclusion:ବାଇଟ-ଗାଭାଲି ପରାଗ ହର୍ଷଦ (ଜିଲ୍ଲାପାଳ-କଳାହାଠି)
ପିଟୁସି
Last Updated : Nov 25, 2019, 6:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.