ETV Bharat / state

ଜଉମୁଦରେ ବନ୍ଧା ପଡିଲା ଆଦିବାସୀଙ୍କ ଚିକିତ୍ସା ସେବା - ଆଦିବାସୀଙ୍କ ଚିକିତ୍ସା ସେବା

କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ଠାରେ ଦୀର୍ଘବର୍ଷ ଧରି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିଲା। ମାତ୍ର ଡାକ୍ତରଖାନା ବନ୍ଦ ହେବାରୁ ଚିକିତ୍ସା ସେବାରୁ ବଞ୍ଚିତ ଅଛନ୍ତି ଅଞ୍ଚଳର ଶତାଧିକ ଆଦିବାସୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 28, 2019, 2:58 AM IST

କଳାହାଣ୍ଡି: ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ଠାରେ ଦୀର୍ଘବର୍ଷ ଧରି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିଲା। ହେଲେ ଗତ ୧୬ ତାରିଖରେ ଏହି ଡାକ୍ତରଖାନାରେ ଜଣେ ଚିକିତ୍ସାଧୀନ ରୋଗୀ ଙ୍କ ମୃତ୍ୟୁ ପରେ ତାଙ୍କୁ ପରିବାର ଲୋକେ ମୃତଦେହ କୁ ଭାରାରେ ବୋହି ନେଇ ଯାଇଥିଲେ ।

କାରଣ ଏହି ଘରୋଇ ଡାକ୍ତରଖାନାରେ ମୃତଦେହ ନେବାର କୌଣସି ବ୍ୟବସ୍ଥା ନାହିଁ ବୋଲି ପରବର୍ତ୍ତୀ ସମୟରେ ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଏହି ଭାରାରେ ମୃତଦେହ ବୁହା ଘଟଣା ସୋସିଆଲ ମିଡିଆ ତଥା ଗଣମାଧ୍ୟମ ରେ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ଅଞ୍ଚଳବାସୀଙ୍କ ଚିକିତ୍ସା ସୁବିଧା ନିମନ୍ତେ କୌଣସି ବିକଳ୍ପ ବ୍ୟବସ୍ଥା ନକରି ଡାକ୍ତରଖାନା କୁ ୨୩ ତାରିଖରେ ସିଲ କରିଦେଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

ଡାକ୍ତରଖାନା ବନ୍ଦ ହେବାର ଆଜକୁ ୫ ଦିନ ବିତିଯାଇଛି ଆଉ ଚିକିତ୍ସା ସେବାରୁ ବଞ୍ଚିତ ଅଛନ୍ତି ଅଞ୍ଚଳର ଶତାଧିକ ଆଦିବାସୀ । ଏନେଇ ଅଞ୍ଚଳବାସୀ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସିଡିଏମଓ ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ଆସନ୍ତା ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ସ୍ଲଗ-ଜଉମୁଦ ରେ ବନ୍ଦା ପଡିଲା ଆଦିବାସୀ ଙ୍କ ଚିକିତ୍ସା ସେବା ।
ରିପୋର୍ଟର-ଅଜିତ ସିଂ
ସ୍ଥାନ-କଳାହାଠି
ଫର୍ମାଟ-ଏଭିବି
ଏଙ୍କର
କଳାହାଠି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ଠାରେ ଦୀର୍ଘବର୍ଷ ଧରି ଏକ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲା । ହେଲେ ଗତ ୧୬ ତାରିଖ ରେ ଏହି ଡାକ୍ତରଖାନା ରେ ଜଣେ ଚିକିତ୍ସାଧୀନ ରୋଗୀ ଙ୍କ ମ୍ରୁତ୍ୟୁ ପରେ ତାଙ୍କୁ ପରିବାର ଲୋକେ ମ୍ରୁତ ଦେହ କୁ ଭାର ରେ ବୋହି ନେଇ ଯାଇଥିଲେ ।Body: କାରଣ ଏହି ଘରୋଇ ଡାକ୍ତରଖାନା ରେ ଶବବାହକ ର ବ୍ୟବସ୍ଥା ନାହିଁ ବୋଲି ପରବର୍ତ୍ତୀ ସମୟରେ ଡାକ୍ତରଖାନା କତ୍ରୁପକ୍ଷ ସୂଚନା ଦେଇଥିଲେ । ଏହି ଭାରରେ ଶବ ବୁହା ଘଟଣା ସୋସିଆଲ ମିଡିଆ ତଥା ଗଣ ମାଧ୍ୟମ ରେ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ଅଞ୍ଚଳବାସୀ ଙ୍କ ଚିକିତ୍ସା ସୁବିଧା ନିମନ୍ତେ କୌଣସି ବିକଳ୍ପ ବ୍ୟବସ୍ଥା ନକରି ଡାକ୍ତରଖାନା କୁ ୨୩ ତାରିଖ ରେ ସିଲ କରିଦେଲେ । ଡାକ୍ତରଖାନା ବନ୍ଦ ହେବାର ଆଜକୁ ୫ ଦିନ ବିତିଯାଇଛି ଆଉ ଚିକିତ୍ସା ସେବା ରୁ ବଞ୍ଚିତ ଅଛନ୍ତି ଅଞ୍ଚଳ ର ଶତାଧିକ ଆଦିବାସୀ । Conclusion:ଏନେଇ ଆଜି ଅଞ୍ଚଳବାସୀ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସିଡିଏମଓ ଓ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଆସନ୍ତା ୭ ଦିନ ମଧ୍ୟରେ ସମସ୍ୟା ର ସମାଧାନ ନହେଲେ ଲୋକେ ରାଜରାସ୍ତା କୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।
ବାଇଟ-ସ୍ୱପ୍ନା ମାଝୀ / ଗୋବିନ୍ଦ ପ୍ରଧାନୀ (ଅଞ୍ଚଳବାସୀ) / ବନଲତା ଦେବୀ (ସିଡିଏମଓ-କଳାହାଠି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.