ETV Bharat / state

ଗାଁରେ ମାଓ ପୋଷ୍ଟର, ଭୟଭୀତ ଗ୍ରାମବାସୀ

ଶହୀଦ ସପ୍ତାହ ପାଇଁ ରକ୍ତମୁଖା ମାଓବାଦୀ । କଳାହାଣ୍ଡିର ବିଭିନ୍ନ ଗାଁରେ ଦେଖାଯାଇଛି ମାଓ ପୋଷ୍ଟର । ଯାହାକୁ ନେଇ ଜିଲ୍ଲାରେ ଭୟର ବାତାବରଣ ଖେଳି ଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା. କଳାହାଣ୍ଡି
author img

By

Published : Jul 26, 2019, 11:55 AM IST

କଳାହାଣ୍ଡି: ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ଉର୍ଲାଦାନୀ ଅଞ୍ଚଳର ବିଭିନ୍ନ ଗାଁରେ ମାଓ ପୋଷ୍ଟର । ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ବ୍ୟାପି ଶହୀଦ ସପ୍ତାହ ପାଳନ ହେଉଛି । ଏଥିପାଇଁ ସିପିଆଇ ମାଓବାଦୀ କେକେବିଏନ (କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ) ଡିଭିଜନ ପକ୍ଷରୁ ଏହାକୁ ପାଳନ କରିବାକୁ ଆହ୍ବାନ ଦିଆଯାଇଛି ।

ଶହୀଦ ସପ୍ତାହ ପାଇଁ ମାଓବାଦୀ ରକ୍ତମୁଖା ହୋଇ ପଡିଥିବା ବେଳେ ଗତ ୨୧ ଓ ୨୨ ତାରିଖରେ ମାଓବାଦୀ ୨ ଜଣଙ୍କୁ ହତ୍ୟା କରିସାରିଛନ୍ତି । ସେହିପରି ୨୩ ତାରିଖରେ ପୋଲିସ-ମାଓବାଦୀ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଜିଲ୍ଲାରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା. କଳାହାଣ୍ଡି

ସେପଟେ କଳାହାଣ୍ଡି ଏସପି ଓ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Body:

sdssd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.